ଇଣ୍ଡୋନେସିଆରେ ଅଛି ଅମୃତ କଳସ

ଇଣ୍ଡୋନେସିଆର ଏକ ମନ୍ଦିରରେ ସମୁଦ୍ର ମନ୍ଥନ ସମୟରେ ମିଳିଥିବା ଅମୃତ କଳସ ଥିବା କୁହାଯାଉଛି । କଂଡି ସୁକୁହ ନାମକ ଏହି ମନ୍ଦିରରେ ଏମିତି ଏକ କଳସ ରହିଛି ଯାହା ଭିତରେ ଥିବା ଦ୍ରବ୍ୟ ହଜାର ହଜାର ବର୍ଷ ହେବ ରହିଥିଲେ ବି ଶୁଖୁ ନାହିଁ କି ସେଥିରେ କୌଣସି ପରବର୍ତ୍ତନ ହେଉନାହିଁ । ସେଥିପାଇଁ ତାହା ଅମୃତ ବୋଲି ଲୋକେ କହୁଛନ୍ତି । ଲୋକେ ଆହୁରି ମଧ୍ୟ ବିଶ୍ୱାସ କରନ୍ତି ଯେ ଏହି କଳସ ସମୁଦ୍ର ମନ୍ଥନ ସମୟରେ ହିଁ ମିଳିଥିଲା । କାରଣ ଏହାସହ ଏକ ଶିବଲିଙ୍ଗ ମଧ୍ୟ ଲାଗି ରହିଛି । ଏଠାରେ ଥିବା ଏକ ପ୍ରାଚୀରରେ ମହାଭାରତର ଆଦିପର୍ବ ଅଙ୍କାଯାଇଥିବା ଦେଖିବାକୁ ମିଳେ । ତେବେ ୨୦୧୬ରେ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ମରାମତି କରିବା ସମୟରେ ଉକ୍ତ ପ୍ରାଚୀର ମଧ୍ୟରୁ ଯାହା ମିଳିଲା ତାହା ବିଶେଷଜ୍ଞ ଦଳକୁ ଆଶ୍ଚର୍ଯ୍ୟ କରିଦେଲା । ତେବେ ବିଶେଷଜ୍ଞ ଦଳକୁ ଏକ ତମ୍ବାର କଳସ ମିଳିଥିଲା ଯେଉଁଥିରେ ଏକ ଶିବଲିଙ୍ଗ ଯୋଡି ହୋଇ ରହିଥିଲା । ଏହାକୁ ନେଇ ଗବେଷଣା କରିବା ପରେ ଜଣାପଡ଼ିଲା ଯେ ଏହି ତମ୍ବା କଳସକୁ ଏପରି ଢଙ୍ଗରେ ବନ୍ଦ କରାଯାଇଛି ଯାହାକୁ ଖୋଲିବା କଷ୍ଟକର । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେଉଁ ପ୍ରାଚୀରରୁ ଏହି କଳସ ମିଳିଲା ସେଠାରେ ସମୁଦ୍ର ମନ୍ଥନର ନକ୍ସା ମଧ୍ୟ ରହିଥିଲା । ଏହାସହ ସେଠାରେ ଖଜୁରାହୋ ଭଳି ଅର୍ଥାତ୍ କାମରେ ନିମଗ୍ନ ଥିବା ମୂର୍ତ୍ତି ମଧ୍ୟ ରହିଥିଲା । କେବଳ ଗୋଟିଏ ପ୍ରାଚୀରରେ ହିଁ ମହାଭାରତର ଆଦିପର୍ବ ଲେଖାଯାଇଥିଲା । ଏହା ପାଖାପାଖି ୧୨ଶହ ଶତାବ୍ଦୀର ବୋଲି କୁହାଯାଉଛି । ସେତେବେଳେ ମାଲେସିୟା ସମ୍ପୂର୍ଣ୍ଣ ହିନ୍ଦୁ ରାଷ୍ଟ୍ର ଥିଲା । ହେଲେ ୧୫ଶହ ଶତାବ୍ଦୀବେଳକୁ ଯେତେବେଳେ ଏଠାରେ ମୁସଲମାନମାନେ ରାଜତ୍ୱ ଆରମ୍ଭ କଲେ ସେତେବେଳେ ଏହି କଳସକୁ ଏଠାରେ ଲୁଚାଇ ଦିଆଯାଇଥିବା କୁହାଯାଏ । କଳସ ସହ ଏଠାରୁ ବହୁ ମୂଲ୍ୟବାନ ରତ୍ନ ମଧ୍ୟ ମିଳିଛି ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ