ପିପିପି ବା ସିଏସଆର ମଡେଲରେ ସ୍କୁଲରେ ଦିଆଯିବ ବୈଷୟିକ ଶିକ୍ଷା

ସ୍କିଲ ଡେଭେଲପମେଂଟ ଏଣ୍ଡ ଏଂଟରପ୍ରିନିଓରସିପ୍ ମନ୍ତ୍ରାଳୟର ତତ୍ୱାବଧାନରେ ଥିବା ସ୍କିଲ ଇଣ୍ଡିଆ ମିଶନ ଓ ନ୍ୟାସନାଲ ସ୍କିଲ ଡେଭେଲପମେଂଟ କର୍ପୋରେସନ ଦ୍ୱାରା କେଇଡି ପଦ୍ଧତିରେ ବୈଷୟିକ ଶିକ୍ଷାର ପ୍ରସାର ପାଇଁ ସ୍କିଲଏଡ ଇଣ୍ଡିଆ ସହ ରାଜିନାମା ସ୍ୱାକ୍ଷର ହୋଇଛି । ଏଥି ପାଇଁ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ (ପିପିପି) ମାଧ୍ୟମରେ ଭାରତୀୟ ବ୍ୟବସାୟ ଓ କର୍ପୋରେଟ ମାନଙ୍କରୁ ପ୍ରାପ୍ତ ସିଏସଆର ଫଣ୍ଡ ବିନିଯୋଗ କରାଯିବ । ସ୍କିଲଏଡ ଇଣ୍ଡିଆ ଭାରତର ମାନବ ରଚନା ଶୈକ୍ଷଣିକ ସଂସ୍ଥା ଓ ସ୍ୱିଡେନ୍ ର କନସ୍କପସ୍କୋଲାନ ଏଜୁକେସନ ର ଏକ ସଂଯୁକ୍ତ ଉଦ୍ୟମ ।
ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ପ୍ରମୁଖ ସୋନି ଇଣ୍ଡିଆ ଏବଂ ସ୍କିଲଏଡ ସହ ଉଦ୍ୟୋଗ ବିଶିଷ୍ଟ କୌଶଳ ପ୍ରଦାନ ଏବଂ ରିଟେଲ କ୍ଷେତ୍ରରେ ରୋଜଗାର ସମ୍ବନ୍ଧ ବଢାଇବା ପାଇଁ ଏନଏସଡିସି ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ସ୍କିଲଏଡ ଦ୍ୱାରା ଯୋଗ୍ୟ ପ୍ରଶିକ୍ଷକ ମାନଙ୍କ ଦ୍ୱାରା ହାଇଟେକ୍ କ୍ଲାସରୁମରେ କେଇଡି ପଦ୍ଧତିରେ ଏହି ଟ୍ରେନିଂ ପ୍ରଦାନ କରାଯିବ । ଏହି ପ୍ରଶିକ୍ଷଣ ନେଇଥିବା ବିଦ୍ୟାର୍ଥୀ ମାନଙ୍କୁ ଶୁଳ୍କ ଆଧାରିତ ମଡେଲ ବା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥାମାନଙ୍କ ମାଧ୍ୟମରେ ପ୍ଲେସ୍ମେଂଟ ଲିଙ୍କ ପ୍ରଦାନ କରାଯିବ ।
ନୂଆଦିଲ୍ଲୀ ଠାରେ କର୍ପୋରେଟ ସାମାଜିକ ଦାୟିତ୍ୱ ଉପରେ ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀ ର ଅଧ୍ୟକ୍ଷତା କରି ସ୍କିଲ ଡେଭେଲପ୍ମେଂଟ ଏଣ୍ଡ ଏଂଟରପ୍ରିନିଓରସିପ୍ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ (ପିପିପି) ଏବଂ କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) ର ସହଯୋଗରେ ବୈଷୟିକ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ ।
କର୍ପୋରେଟ ସାମାଜିକ ଦାୟିତ୍ୱ ମାଧ୍ୟମରେ ଦକ୍ଷତା ବିକାଶ ଦିଗରେ ଯୋଗଦାନ ଦେବା ପାଇଁ କର୍ପୋରେଟ ମାନଙ୍କୁ ଆହ୍ୱାନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପାଣ୍ଡେ କହିଥିଲେ, “ଦକ୍ଷତା ବୃଦ୍ଧି କରିବା ଓ ସ୍କିଲ ଇଣ୍ଡିଆ ମିଶନରେ ଏକ ପ୍ରଭାବ ପକାଇବା ପାଇଁ ମୁଁ କର୍ପୋରେଟ ମାନଙ୍କୁ ସିଏସଆର ଫଣ୍ଡ ବିନିଯୋଗ କରିବା ପାଇଁ ଆହ୍ୱାନ ଜଣାଉଛି । ପ୍ରାଇଭେଟ ସେକ୍ଟରର କ୍ରମବର୍ଦ୍ଧିଷ୍ଣୁ ପ୍ରତିଶୃତିବଦ୍ଧତା ଏ କ୍ଷେତ୍ରରେ ସକରାତ୍ମକ ଓ ଉତ୍ସାହଜନକ ବିଶ୍ୱର ଦକ୍ଷତା ରାଜଧାନୀ ଭାବରେ ଭାରତକୁ ଗଢିବାର ଲକ୍ଷ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କମ୍ପାନୀ ମାନଙ୍କୁ ସିଏସଆର ବିନିଯୋଗ କରିବାକୁ ଉପଦେଶ ଦେଇଛନ୍ତି । ଏହି ସଂକଳ୍ପ ଦ୍ୱାରା ଏଂଟରପ୍ରିନିଓରସିପ୍ କୁ ପ୍ରୋତ୍ସାହନ ମିଳିବା ସହ ଭାରତ ବିଶ୍ୱର ସର୍ବବୃହତ କୁଶଳ କର୍ମଚାରୀ ପ୍ରଦାନକାରୀ ହୋଇପାରିବ ।”
କନସ୍କପସ୍କୋଲାନ ସ୍ୱିଡେନ୍ ଏବି ର ସଂସ୍ଥାପକ ଏବଂ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପେଜେ ଏମିଲସନ୍ କହିଛନ୍ତି, “ କୁଶଳ ଶ୍ରମଶକ୍ତି ଦେଶର ସମଗ୍ର ବିକାଶରେ ମହତ୍ୱପୁର୍ଣ୍ଣ । ଏହି ସହବନ୍ଧନ ସହ ସୋନି ଭାରତରେ ଉତମ ରୋଜଗାର ସୁଯୋଗ ସହ ଯୁବାବର୍ଗକୁ ସଫଳ ହେବା ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନେଉଅଛି ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ