ଉପନିର୍ବାଚନ ଫଳାଫଳ ଆସନ୍ତା କାଲି ପ୍ରକାଶ ପାଇବ। ୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ମେସିନ୍ ମଧ୍ୟରେ

ଜଗତସିଂହପୁର,(ଅନସୂୟା ରାଉତ): ଆସନ୍ତା କାଲି ୧୦ତାରିଖ ସକାଳ ୮ଟାରେ ତିର୍ତ୍ତୋଲ ଉପନିର୍ବ଼ାଚନର ଗଣତି ଆରମ୍ଭ ହେବ। ବିଭିନ୍ନ ଦଳର ୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ମେସିନ୍ ଭିତରେ ରହିଛି । ସମସ୍ତ ଜଳ ବିଜୟର ଲକ୍ଷ ରଖି ନିର୍ବାଚନ ମ ଇଦାନଖକୁ ଓହ୍ଲାଇ ଥୂଲେ । ନିଜ ପ୍ରାର୍ଥୀଙ୍କ ପାଇଁ ଷ୍ଟାର ପ୍ରଚାରକ ଆଣିଥିଲେ । ଏବେ ଜଗତସିଂହପୁର ଜିଲ୍ଲାର ସ୍ୱାମୀ ବିବେକାନନ୍ଦ ସ୍ଵୟଂଚାଳିତ ମହାବିଦ୍ୟାଳୟ ପରିସରରେ ଗଣତି କରାଯିବ। ଡାକ ଭୋଟ୍ ପାଇଁ ଦୁଇ ଗୋଟି ବେଞ୍ଚ୍ ଗଠନ କରାଯାଇଛି। ଅନ୍ୟ ଭୋଟ୍ ଗଣତି ପାଇଁ୨୭ଗୋଟି ପର୍ଯ୍ୟାୟ କରାଯାଇଛି । ଇଭିଏମ୍ ମେସିନ୍ ଗୁଡିକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଗଣନା କାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ ସମସ୍ତ ଅଫିସର ମାନଙ୍କୁ ନିୟୋଜିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ