ଲବଙ୍ଗଲତା-କୃଷ୍ଣଚନ୍ଦ୍ର ସ୍ୱାଇଁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ରିଲିଫ ପ୍ରଦାନ
ନାଉଗାଁ (ଓ୍ବାଇଏନଏସ):ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ପଂଚାୟତର ପୋକାମୂଳ ଓ ବ୍ରାହ୍ମଣିଗାଁ ଗ୍ରାମରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ କଟକ ମହାନଦୀ ବିହାରସ୍ଥିତ ଲବଙ୍ଗଲତା-କୃଷ୍ଣଚନ୍ଦ୍ର ସ୍ୱାଇଁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ରଦାନ କାରଯାଇଥିଲା। ଉକ୍ତ ଅଂଚଳଟି ଦେବୀନଦୀ ପଠାରେ ଅବସ୍ଥିତ ହୋଇଥିବା ବେଳେ ନଦୀରେ ବନ୍ୟା ଆସିଲେ ଉକ୍ତ ଗ୍ରାମରେ ବନ୍ୟା ପାଣି ପଶି ଯାଇଥାଏ। ବନ୍ୟା ବିପନ୍ନଙ୍କୁ ସାହାର୍ଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଟ୍ରଷ୍ଟର ଅଧ୍ୟକ୍ଷା ପ୍ରଫେସର ଡଃ.ଲବଙ୍ଗଲତା ବିଶୋଇ ମାର୍ଗଦର୍ଶନରେ ଟ୍ରଷ୍ଠି ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ବଛାଳୋ ସମିତି ସଭ୍ୟ ଚନ୍ଦନ ଲେଙ୍କା, ଏନ.ଏସ.ଏସ ପ୍ରାକ୍ତନ ସ୍ୱେଚ୍ଛାସେବୀ ଲିଙ୍ଗରାଜ ସାହୁ, ସାମାଜିକ କର୍ମୀ ସର୍ବେଶ୍ୱର ମହାରଣା, ଉମେଶ ମହାପାତ୍ର, ବିଶ୍ୱନାଥ ମହାରଣା, ଲିକାଶ ବାରିକ, ବିଭୂଦତ ଖଣ୍ଡାୟତରାୟ ଆଦି ଯୋଗ ଦେଇ ବିପନ୍ନ ପରିବାରଙ୍କୁ ରିଲିଫ ସାମଗ୍ରୀ ପ୍ରଦାନ କରିଥିଲେ। ପରେ ଉକ୍ତ ଅଂଚଳରେ ଗ୍ରାମବାସୀ ସହଯୋଗରେ ବୃକ୍ଷରୋପଣ କରାଯାଇଥିଲା।


