ରାଷ୍ଟ୍ରପତିଙ୍କୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

ନୂଆଦିଲ୍ଲୀ: ପଞ୍ଚଦଶ ଅର୍ଥ ଆୟୋଗ ଅଧ୍ୟକ୍ଷ ଏନ୍‌ କେ ସିଂହ ଆଜି ଆୟୋଗର ଚୂଡ଼ାନ୍ତ ରିପୋର୍ଟକୁ ରା‌ଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଆୟୋଗର ଅନ୍ୟ ସଦସ୍ୟ ଅଜୟ ନାରାୟଣ ଝା, ପ୍ରଫେସର ଅନୁପ ସିଂହ, ଡକ୍ଟର ଅଶୋକ ଲାହିରି ଓ ଡକ୍ଟର ରମେଶ ଚାନ୍ଦ ଏବଂ ଆୟୋଗର ସଚିବ ଅରବିନ୍ଦ ମେହ୍‌ତା ଉପସ୍ଥିତ ଥିଲେ। ଚୂଡ଼ାନ୍ତ ରିପୋର୍ଟକୁ ଚାରିଟି ଭାଗରେ ଦିଆଯାଇଛି। ଭାଗ-୧ ଓ ୨ରେ ପୂର୍ବଭଳି ମୂଳ ରିପୋର୍ଟ ଏବଂ ପରିଶିଷ୍ଟ ରହିଛି। ଭାଗ-୩ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଗଭୀର ତଜର୍ମା କରାଯାଇଥିବା ବେଳେ ମଧ୍ୟବର୍ତୀକାଳୀନ ଆହ୍ବାନ ଏବଂ ଆଗାମୀ ଦିନର ରୋଡ୍‌ମ୍ୟାପ୍‌ ବିଷୟରେ ବର୍ଣ୍ଣନା କରାଯାଇଛି। ଭାଗ-୪ ସମ୍ପୂର୍ଣ୍ଣ ରୂପେ ରାଜ୍ୟଗୁଡ଼ିକ ଉପରେ ପର୍ଯ୍ୟବେସିତ । ପଞ୍ଚଦଶ ଅର୍ଥ ଆୟୋଗ ପ୍ରତି ରାଜ୍ୟର ଆର୍ଥିକ ସ୍ଥିତିକୁ ଗଭୀର ଭାବେ ଅନୁଶୀଳନ କରିବା ପରେ ପ୍ରତିଟି ରାଜ୍ୟର ସମସ୍ୟାକୁ ସମାଧାନ କରିବା ଲାଗି ନିର୍ଦିଷ୍ଟ ପ୍ରକାରର ସୁପାରିସ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ସଂସଦରେ ଉପସ୍ଥାପିତ ହେବା ପରେ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ। ଏଥର ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯାଇଥିବା ଚୂଡ଼ାନ୍ତ ରିପୋର୍ଟର ନାମ ଭିନ୍ନ ଧରଣର ରହିଛି। ତାହା ହେଉଛି ‘‌କୋଭିଡ୍‌ ସମୟରେ ଅର୍ଥ ଆୟୋଗ’। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସନ୍ତୁଳନକୁ ପ୍ରଦର୍ଶିତ କରିବା ଲାଗି ନିକିତିର ବ୍ୟବହାର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ