ଜିଲ୍ଲାପାଳଙ୍କ ଦ୍ୱାରା ବାମନଘାଟୀ ଏବଂ ପଞ୍ଚପୀଢ ଉପଖଣ୍ଡ ସ୍ତରୀୟ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ସଦର ମହକୁମା ବାମନଘାଟୀ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଦିନ ମୟୂରଭଂଜ ଜିଲ୍ଲାପାଳ ଭିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ବାମନଘାଟୀ ଏବଂ ପଞ୍ଚପୀଢ ଦୁଇଟି ଉପଖଣ୍ଡର ବିଭିନ୍ନ ସରକାରୀ ଯୋଜନା,ମନରେଗା, ଉନ୍ନୟନ ପ୍ରକଳ୍ପର ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୟୂରଭଂଜ ଜିଲ୍ଲା ପିଠି ଡିଆରଡିଏ ଭବେଶ କୁମାର ନାୟକ, ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୀକ୍ଷା ବୈଠକରେ ବାମନଘାଟୀ ଉପଖଣ୍ଡର ୭ଟି ବ୍ଳକ ଏବଂ ପାଞ୍ଚପୀଢ ଉପଖଣ୍ଡର ୫ଟି ବିଡ଼ିଓ ଓ ଇଞ୍ଜିନିୟରମାନେ ଯୋଗ ଦେଇଥିଲେ । ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉପରେ ସମୀକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ