ଚାଷ ଜମିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ଆଡ଼ପଡ଼ା ଫାଣ୍ଡି ମୋହିଗୁଡ଼ା ଗ୍ରାମର ଗ୍ରାମ ନିକଟସ୍ଥ ଚାଷ ଜମି ନିକଟରୁ ଜଣେ ଯୁବକଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ଦନାର୍ଦ୍ଦନ ଲେଙ୍କା (୩୬) । ଏ ନେଇ ହୌିଞ୍ଜିଳି ଥାନାରେ ନଂ-୩୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ଯୁବକ ଜଣକ ଗ୍ରାମ ନିକଟସ୍ଥ ଚାଷ ଜମିକୁ ଯାଇ ଫେରିନଥିଲେ । ସନ୍ଧ୍ୟା ସୁଦ୍ଧା ଯୁବକ ଜଣକ ଘରକୁ ନଫେରିବାରୁ ପରିବାର ସଦସ୍ୟ ଖୋଜାଖୋଜି କରିବା ବେଳେ ଚାଷ ଜମିରେ ଯୁବକଙ୍କ ମୃତ ଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ । ବଂଚିଥିବା ଆଶଙ୍କା କରି ପରିବାର ଲୋକେ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଯୁବକଙ୍କ ଗୋଡ଼ରେ ସାପ କାମୁଡ଼ା ଚିହ୍ନ ରହିଥିବାରୁ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ