ରାହୁଲ-କୁମ୍ବଲେ ୨୦୨୧ରେ ବି ପଞ୍ଜାବରେ ରହିବେ

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରି କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଷଷ୍ଠ ସ୍ଥାନରେ ଅଭିଯାନ ‌ଶେଷ କରିଥିଲା। ଏହି ସଫଳତା ଯୋଗୁଁ ଆସନ୍ତା ବର୍ଷ ବି ଅଧିନାୟକ କେଏଲ୍‌ ରାହୁଲ ଓ ପ୍ରଶିକ୍ଷକ ଅନିଲ କୁମ୍ବଲେଙ୍କ ଯୋଡ଼ିକୁ ନେଇ ପଞ୍ଜାବ ଅଗକୁ ବଢ଼ିବାର ସମ୍ଭାବନା ରଖିଛି। ପରବର୍ତୀ ଆଇପିଏଲ୍ ଆଉ ୬ ମାସରୁ କମ୍ ସମୟ ରହିଥିଲା ବେଳେ ଦଳ ଏହି ଯୋଡ଼ିକୁ ନେଇ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଥିବା ସୂଚନା ମିଳୁଛି। ଚଳିତ ବର୍ଷ ରାହୁଲ ପ୍ରଥମ ଥର ନେତୃତ୍ବ ଭାର ନେଇଥିଲେ। ଅନ୍ୟପକ୍ଷରେ ଏହି ଫ୍ରାଞ୍ଚାଇଜ୍ ସହ କୁମ୍ବଲେଙ୍କ ଏହା ପ୍ରଥମ ଋତୁ ଥିଲା। ପଞ୍ଜାବ ବି ଚଳିତ ବର୍ଷ ଏକ ଦୃଢ଼ ଦଳ ପାଇଥିଲା। ରାହୁଲ, ମୟଙ୍କ ଅଗ୍ରୱାଲ, ନିକୋଲାସ ପୂରନ, ମହମ୍ମଦ ସାମି, କ୍ରିସ ଗେଲ୍‌ ଏବଂ ଯୁବ ତାରକା ରବି ବି‌ଷ୍ଣୋଇ ଓ ଅର୍ଶଦୀପ ସିଂହଙ୍କୁ ନେଇ ଏକ ସନ୍ତୁଳିତ ଦଳ ଗଠନ କରିପାରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ