ଭୀଷ୍ମଗିରିରେ “ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ”

ଦିଗପହଣ୍ଡି,(ୱାଇଏନ୍ଏସ୍): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ପୁଣିଥରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ହାଇସ୍କୁଲ ପରିସରରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁ ଯୋଗଦେଇ ପ୍ରଦ୍ବୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ରାଜସ୍ୱ ବିଭାଗ ଅଧିନରେ ଯେଉଁ କାର୍ଯ୍ୟ ପାଇଁ ଲୋକେ ତହସିଲ କାର୍ଯ୍ୟାଳୟ କୁ ଦୈାଡି ଦୈାଡି ନିରାଶ ହୋଇ ଫେରୁଥିଲେ ଏହି ଯୋଜନା ଅନୁସାରେ ତହସିଲ ପ୍ରଶାସନର ସମସ୍ତ ଅଧିକାରୀ ସେମାନଙ୍କ ନିକଟରେ ପହଞ୍ଚି ସମସ୍ତ ସହାୟତା ଯୋଗାଇ ଦେଉଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ତହସିଲ ଅଧିନସ୍ଥ ଭୀଷ୍ମଗିରୀ , ବାଙ୍ଗ ରଡ଼ା ଓ ନିମଖଣ୍ଡିପେଣ୍ଠ ପ୍ରମୁଖ ରାଜସ୍ୱ ସର୍କଲର ଭୀଷ୍ମଗିରୀ , ସହଦେବ. ଟିକରପଡା , ବାଙ୍ଗରଡା , ନିମଖଣ୍ଡିପେଣ୍ଠ ଓ ଚଷା ନିମଖଣ୍ଡି ଆଦି ବିଭିନ୍ନ ଗ୍ରାମର ୯୫ ଜଣ ନାମ ପଞ୍ଜିକରଣ କରାଇଥିଲେ । ମୋ ଗାଁ ରେ ତହସିଲ ଯୋଜନା ମାଧ୍ୟମରେ ଲୋକଙ୍କ ଘରପଟ୍ଟା, ମ୍ୟୁଟେସନ (ଦାଖଲ ଖାରଜ) , ଜାତିଗତ ପ୍ରମାଣ ପତ୍ର , କିସମ ପରିବର୍ତ୍ତନ, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର , ଋଣ ପତିଶୋଧ ସମ୍ବଧୀୟ ସମସ୍ତ ସେବା ଯୋଗାଇ ଦିଆଯାଇଛି | ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମରେ ଲୋକଙ୍କୁ ଏହି ସେବା ଯୋଗାଇ ଦିଆଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ପିତାମ୍ବର ଗୈାଡ , ସାମାଜିକ କର୍ମୀ ମନୋଜ କୁମାର ସାହୁ ଯୋଗଦେଇ ସାଧାରଣ ଜନତାଙ୍କୁ ଯୋଜନାର ସମସ୍ତ ସେବା ସୁବିଧା ନେବା ପାଇଁ କହିଥିଲ । ରାଜସ୍ୱ ସୁପରଭାଇଜର ସତ୍ୟ ନାରାୟଣ ପାଣିଗ୍ରାହୀ , ଚିତ୍ରସେନ ଦଳାଇ , ବାବୁ ସେଠୀ , ରାଜସ୍ୱ ନିରୀକ୍ଷକ ଶ୍ରୀକାନ୍ତ ଦୋରା , ବିଘ୍ନେଶ୍ୱର ଆଚାର୍ଯ୍ୟ , ଯଜ୍ଞ ବେହେରା , ସହକାରୀ ରାଜସ୍ୱ ନିରୀକ୍ଷକ ଭଗବାନ ପାତ୍ର , ଅମିନ ଲକ୍ଷ୍ମୀ କାର୍ଜୀ , ସନ୍ତୋଷ ସାବତ , ଅରୁଣ ମଲ୍ଲିକ , ଶ୍ୟାମସୁନ୍ଦର ଦାସଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨୫ ଜଣଙ୍କୁ ବିଭିନ୍ନ ପଟ୍ଟା ,୩୯ ଜଣକୁ ବିଭିନ୍ନ ପ୍ରମାଣପତ୍ର ବଣ୍ଟନ କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ