ଦାଦାବଟି ମାଗିବା ଅଭିଯୋଗ ରେ ମୁନା ଲାଡେନ ଗିରଫ
କଟକ,(ଦୀପକ୍ କୁମାର ବେଉରା): କମିଶନରେଟ ପୋଲିସ୍ ହାତରେ କଟକର ଦୁର୍ଦ୍ଦାନ୍ତ ଅପରାଧି ମୁନା ଲାଡେନ୍ । ପୋଲିସ୍ ସୂଚନା ମୁତାବକ ଗତକାଲି ରେଭେନ୍ସା କଲିଜେଟ୍ ସ୍କୁଲ୍ ନିକଟରେ ମୁନା ଲାଡେନ୍ ଓ ୪ ରୁ ୫ ଜଣ ସହଯୋଗୀ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ଅଟକାଇ ବଟି ମାଗୁଥିଲେ । ବିଶେଷ ସୁତ୍ରରୁ ଖବର ପାଇ ସ୍ପେଶାଲ ସ୍କ୍ୱ।ର୍ଡ୍ ଓ ଦରଘାବଜାର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିବା ଦେଖି ମୁନା ଲାଡେନ୍ ଚମ୍ପଟ ମାରୁଥିଲା । ହେଲେ ପୋଲିସ୍ କୌଶଳକ୍ରମେ କାବୁ କରି ନେଇଥିବା ବେଳେ ଅନ୍ୟ ସହଯୋଗୀ ଫେରାର ହୋଇଯାଇଥିଲେ । ଗିରଫ ମୁନା ଲାଡେନ୍ ଠାରୁ ଏକ ୯ ଏମ୍ ଏମ୍ ପିସ୍ତଲ, ଗୋଟିଏ ମାଗାଜିନ୍ ଓ ୫ ରାଉଣ୍ଡ ଗୁଳିକୁ ଜବତ କରିଛି ପୋଲିସ୍ । ପୁର୍ବରୁ ମୁନା ଲାଡେନ୍ ଟିଟୋ ଗ୍ୟାଙ୍ଗ୍ ରେ କାମ କରୁଥିଲାବେଳେ ଏବେ ବି ଅପରାଧ ଦୁନିଆରେ ସକ୍ରିୟ ଥିବା କହିଛି ପୋଲିସ୍ । ବିଶେଷ କରି ସହରରେ କିଛି ଜମି କମ୍ ଟଙ୍କାରେ କିଣି ଉଚ୍ଚାଦାମ୍ ରେ ଓ ବେଆଇନ୍ ଭାବେ ବିକ୍ରି କରୁଥିଲା । ଆଉ ଯିଏ ବି ଜମି କ୍ରୟ କରିବାକୁ ଚାହେଁ ସେମାନଙ୍କ ଠାରୁ ମୋଟାଅଙ୍କର ଟଙ୍କା ଦାବି କରୁଥିଲା । ଯଦି ସମ୍ପୃକ୍ତ ବ୍ୟକ୍ତି ତା କଥାରେ ରାଜି ହେଉ ନ ଥିଲେ ବନ୍ଧୁକ ଦେଖାଇ ଭୟଭୀତ କରି ଆସୁଥିଲା । ଏଥିପାଇଁ ସେ ବହୁବାର ଜେଲ୍ ରେ ରହି ଜାମିନ୍ ରେ ଆସି ପୁଣି ଥରେ କ୍ରାଇମ୍ କରୁଥିବାର ସୂଚନା ଦେଇଛନ୍ତି କଟକ ଡିସିପି । ତେବେ ଫେରାର ଥିବା ଅନ୍ୟ ସହଯୋଗୀଙ୍କୁ ଧରିବା ଲାଗି ପୋଲିସ୍ ବିଭିନ୍ନ ସ୍ଥାନରେ ରେଡ୍ କରୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।


