ଚୌଦ୍ଵାର ଓଟମ୍ ଛକରେ ଦୁର୍ଘଟଣା :ଜଣେ ମୃତ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଚୌଦ୍ଵାର ୫୫ ନଂ ଜାତୀୟ ରାଜପଥ ରେ ଆଜି ସନ୍ଧ୍ୟାରେ ଘଟି ଯାଇଛି ଏକ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣକ ର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବାର ଜଣା ପଡ଼ିଛି । ସୂଚନା ଅନୁଯାୟୀ ଚୌଦ୍ଵାର ଓଟିମ ଛକ ପରିବା ମାର୍କେଟ ନିକଟରେ ମଙ୍ଗୁଳି ଅଭିମୁଖେ ଯାଉଥିବା ଓଡି ୦୫ ଏନ୍ ୪୦୭୧ ନମ୍ୱର୍ ବିଶିଷ୍ଟ ଏକ ବାଇକ୍ କୁ ଏକ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଚାଳକ ଉପରେ ମୁଣ୍ଡ ଉପରେ ଟ୍ରକ୍ ଚଢି ଯାଇଥିଲା ଏବଂ ବାଇକ୍ ଚାଳକଙ୍କ ସେହିଠାରେ ମୃତ୍ୟୁ ଘଟି ଥିବାର ଜଣାପଡ଼ିଛି । ବାଇକ୍ ରେ ବସିଥିବା ଅନ୍ୟ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଚୌଦ୍ଵାର ପୋଲିସ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲ ପଠାଇ ଘଟଣାର ତଦନ୍ତ ଚଳାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଟି ଫେରାର ହୋଇଯାଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଦୁଇ ଜଣଙ୍କର ପରିଚୟ ମିଳପାରିନାହିଁ ।


