ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୂଜକ ଗିରଫ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜନୈକ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ମନ୍ଦିର ପୂଜକ ଗିରଫ ହୋଇଥିବା ସୂବନା ମିଳିଛି । ଅଭିଯୋଗ ଅନୁଯାଇ ଟାଉନ ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ସ୍ମୃତିରଞ୍ଜନ ପତି ଓରଫ ଶିବ ମନ୍ଦିର ପୂଜକ ଗତ ଶନିବାର ଦିନବେଳା ଜନୈକ ବ୍ୟକ୍ତିଙ୍କ ଘରକୁ ହୋମକରିବାକୁ ଯାଇଥିଲେ । ଘରେ କେବଳ ଜଣେ ନାବାଳିକା ଝିଅ ଓ ତାଙ୍କ ମା ଉପସ୍ଥିତ ଥିଲେ । ନାବାଳିକାଙ୍କ ମା କିଛି ସମୟ ପାଇଁ ଲାଟିନକୁ ଯାଇଥିବା ବେଳେ ପୂଜକ ସ୍ମୃତିରଞ୍ଜନ ସଂପୃକ୍ତ ନାବାଳିକାଙ୍କୁ ଅସଦାଚରଣ କରିଥିବା ଟାଉନ ଥାନାରେ ନାବାଳିକାର ବାପା ଅଭିଯୋଗ କରିଛନ୍ତି । ଟାଉନ ଥାନାରେ ସେହି ଅଭିଯୋଗକୁ ଭିତ୍ତିକରି ୧୯୩/୨୦୨୦ରେ ଆଇ. ପି. ସି. ର ଧାରା ୩୪୧, ୩୨୩, ୩୫୪, ୩୫୪(ଖ), ୫୫୨, ୫୫୪ ଓ ୫୦୬ ଦଫା ସମେତ ପୋକ୍ସୋ ଆଇନର ଧାରା ୮ ଓ ୧୦ ରେ ଏକ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ ପୂଜକ ସ୍ମୃତିରଞ୍ଜନଙ୍କୁ ପୋଲିସ ଗିରଫ କରିଥିବା ଟାଉନ ଥାନା ସବଇନିସପେକ୍ଟର କାଦମ୍ବିନୀ ପରିଡାଙ୍କ ଠାରୁ ସୂଚନା ମିଳିଛି ।