ନିଜ ମୃତ୍ୟୁ ପ୍ରମାଣପତ୍ର ନେଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲେ ଯୁବକ

କୁହାଯାଏ ପେଟ ପାଇଁ ସବୁ ନାଟ । ଏଭଳି ଏକ ନାଟ ଦେଖିବାକୁ ମିଳଛି ଉତ୍ତରପ୍ରଦେଶ ହାପୁଡ଼ ଜିଲ୍ଲାରେ । ବଡ଼ଭାଇଙ୍କ ନାଁରେ ସାନ ଭାଇ ଚାକିରି କରିବା ଓ ସାନଭାଇର ମୃତ୍ୟୁ ପରେ ବଡ଼ଭାଇଙ୍କ ମୃତ୍ୟୁ ପ୍ରମାଣପତ୍ର ମାଧ୍ୟମରେ କ୍ଷତିପୂରଣ ପାଇବା ପାଇଁ ଦାବି କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୋତବାଲି ଅଞ୍ଚଳରେ ମୋହଲ୍ଲା ଗାନ୍ଧି ବିହାରରେ ସପରିବାର ରହନ୍ତି ଅନୁଜ ଶର୍ମା । ତାଙ୍କ ସାନଭାଇ ରାହୁଲ । ଅନୁଜଙ୍କର ସବୁ ଶିକ୍ଷାଗତ ପ୍ରମାଣପତ୍ର ନେଇ ତାଙ୍କ ନାମରେ ରାହୁଲ ହୋମଗାର୍ଡରେ ଚାକିରି କରିଥିଲେ । ଚାକିରିର ସବୁ କାଗଜପତ୍ରରେ ରାହୁଲ କିନ୍ତୁ ତାଙ୍କ ସ୍ତ୍ରୀଙ୍କ ନାମ ରଖିଥିଲେ । ୮ ଏପ୍ରିଲ , ୨୦୧୮ରେ ମେରଠ ରୋଡ୍ରେ କାର୍ଯ୍ୟରତ ରାହୁଲଙ୍କର ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହେବାପରେ ତାଙ୍କ ପରିବାର ଥାନାରେ ଏକ କେସ୍ ଦାଏର କରିଥିଲେ । ସେଥିରେ ପରିବାରର ଲୋକେ ମୃତକଙ୍କ ନାମ ରାହୁଲ ବଦଳରେ ଅନୁଜ ବୋଲି ଉଲ୍ଲେଖ କରିଥିଲେ । କାଗଜପତ୍ରରେ ଅନୁଜଙ୍କୁ ମୃତକ ବୋଲି ଦର୍ଶାଯିବା ପରେ ରାହୁଲଙ୍କ ସ୍ତ୍ରୀ କ୍ଷତିପୂରଣ ବାବଦ ଅର୍ଥ ହଡପ କରିବା ସକାଶେ ବାପଘର ପରାମର୍ଶରେ ଜୀବିତ ଦେଡ଼ଶୁର ଅନୁଜଙ୍କ ନାମରେ ଅନ୍ଲାଇନ ଜରିଆରେ ଜାଲ୍ ମୃତ୍ୟୁ ପ୍ରମାଣପତ୍ର ଯୋଗାଡ କରିଥିଲେ । ପରେ ସେ ଏହାକୁ ନେଇ ଜିଲ୍ଲା ହୋମଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟରେ ଟଙ୍କା ପାଇବାକୁ ଦାବି କରିବା ପରେ ଅନୁଜ ପୋଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ସବୁ ଜଣାଇଦେଇଛନ୍ତି । ଏହାପରେ ଘଟଣାର ରହସ୍ୟ ପଦାକୁ ଆସିବା ପରେ ଏହା ଉପରେ ତଦନ୍ତ ଲାଗି ଏକ କମିଟି ଗଠନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ