ବିଶ୍ୱର ରହସ୍ୟମୟ ସ୍ଥାନ

ବିଶ୍ୱରେ ଏମିତି କିଛି ରହସ୍ୟମୟ ସ୍ଥାନ ରହିଛି, ଯାହା ସମ୍ପର୍କରେ ଲୋକେ ଆଜି ପର୍ଯ୍ୟନ୍ତ ଜାଣିନାହାନ୍ତି । ସେହିପରି ଏକ ରହସ୍ୟମୟ ସ୍ଥାନ ହେଉଛି “ଏରିଆ ୫୧’ । ନାଁ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ।ତେବେ ଆସନ୍ତୁ ଜାଣିବା ଏହି ସ୍ଥାନ ସମ୍ପର୍କରେ ।
ଆମେରିକାର ନେଭେଡାସ୍ଥିତ “ଏରିଆ ୫୧’କୁ ବିଶ୍ୱର ସବୁଠୁ ରହସ୍ୟମୟ ସ୍ଥାନ ଭାବେ ଗଣନା କରାଯାଏ । ବର୍ତ୍ତମାନ ଏହି ସ୍ଥାନ ଚର୍ଚ୍ଚିତ ହୋଇଛି । କାରଣ ଇମରସିଭ୍ ଏଣ୍ଟରଟେନ୍ମେଣ୍ଟ ନାମକ ଏକ କମ୍ପାନୀ ଏହି ସ୍ଥାନ ଉପରେ ମୋହର ମାରିବାକୁ ଘୋଷଣା କରିଛି । କମ୍ପାନୀର କହିବା ଅନୁସାରେ, ଏଠାରେ ଏଲିଏନ୍ ଦେଖିବାକୁ ମିଳିବ । ଖାଲି ଏତିକି ନୁହେଁ, ଏହାର ଲାଇଭ୍ ଶୋ’ ସୋସିଆଲ ମିଡିଆରେ ସିଧା ପ୍ରସାରଣ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀର ଦାବି “ଏରିଆ ୫୧’ରେ ଏଲିଅନଙ୍କୁ ବନ୍ଧନ କରି ରଖାଯାଇଛି । ଯାହାକୁ ସେ ମୁକ୍ତ କରିବ । ଏକ ରିପୋର୍ଟ ଅନୁଯାୟୀ, ଏଠାକୁ ଏଲିଅନ୍ ଦେଖିବାକୁ ଯିବା ପାଇଁ ଲୋକମାନେ ମଧ୍ୟ ଏକଜୁଟ୍ ହେଉଛନ୍ତି । ଏହି ସ୍ଥାନରେ ଆମେରିକାର ଏୟାର ଫୋର୍ସ ବେସ୍ ରହିଛି । କିନ୍ତୁ ପ୍ରକୃତରେ ଏହା ଭିତରେ କ’ଣ ହେଉଛି, ତାହା ସମ୍ପୂର୍ଣ୍ଣ ଗୁପ୍ତ । ଏଠାରେ ସିସିଟିଭି, ସଶସ୍ତ୍ର ଗାର୍ଡଙ୍କ ଦ୍ୱାରା କଡ଼ା ନଜର ରଖାଯାଇଛି । ଏହି ସ୍ଥାନରେ ବିମାନ ଉଡ଼ାଣରେ ପ୍ରତିବନ୍ଧକ ମଧ୍ୟ ରହିଛିୟ “ଏରିଆ ୫୧’କୁ ନେଇ କିଛି ଲୋକ ଦାବି କରନ୍ତି, ଏହାର ଆଖପାଖରେ ୟୁଏଫ୍ଓକୁ ଦେଖିଛନ୍ତି । ଏହାକୁ ଏଲିଅନ୍ ଅପହରଣ କରି ନେଇ ପୁଣି ପୃଥିବୀ ପୃଷ୍ଠରେ ଛାଡ଼ି ଦେଇଥାନ୍ତି । ତେଣୁ ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବା ପାଇଁ ଉକ୍ତ କମ୍ପାନୀ ପ୍ରସ୍ତୁତ ହେଉଥିବା କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ