ଅଙ୍ଗନବାଡି ଖାଦ୍ୟରୁ ବାହାରିଲା ଝିଟିପିଟି, ୧୪ ଶିଶୁ ଡାକ୍ତରଖାନାରେ ଭର୍ତ୍ତି
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ଢ଼େଙ୍କା ୧ନଂ ଅଙ୍ଗନବାଡି କେନ୍ଦ୍ରରେ ଖାଦ୍ୟରୁ ଝିଟିପିଟି ବାହାରିବାପରେ ୧୪ଜଣ ଶିଶୁଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବରରୁ ଜଣାଯାଇଛି ଯେ ଅଙ୍ଗନବାଡି କନ୍ଦ୍ରରେ ଆଜି ଛୁଆ ମାନଙ୍କ ପାଇଁ ରୋଷେଇ କରାଯାଇଥିଲା । ଛୁଆ ମାନଙ୍କୁ ଖାଦ୍ୟ ପରସିବାବେଳେ ୋଷ ବେଳେକୁ ଜଣେ ଛାତ୍ରର ଖାଦ୍ୟରେ ଝିଟିପିଟି ବାହାରିବା ପରେଛାତ୍ରଛାତ୍ରୀଙ୍କ ମଧ୍ୟରେ କୋକୁଆ ଭାୟ ସୃଷ୍ଟି ହୋଇଥିଲା । ଖବରପାଇ ସମସ୍ତ ଅଭିଭାବକମାନେ ଅଙ୍ଗନବାଡିରେ ପହଞ୍ଚିବାପରେ ୧୪ଜଣ ଶିଶୁଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଡାକ୍ତର ସମସ୍ତଙ୍କ ସ୍ୱାସ୍ଥ୍ୟପରୀକ୍ଷା କରିବାପରେ ଆବଶ୍ୟକ ଔଷଧପତ୍ର ଦେଇ ଘରକୁ ପଠାଇ ଦେଇଥିବା ଜଣାଯାଇଛି ।