ଓଡିଶା ଆଦର୍ଶ ବିଦ୍ୟାଳୟ ସମୀକ୍ଷା କଲେ ରାଜ୍ୟ ଉପଦେଷ୍ଟା
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ସ୍ଥିତ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ଗଂଜାମ ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟ ମାନଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ଉପଦେଷ୍ଟା ଡଃ ବିଜୟ କୁମାର ସାହୁ, ନିର୍ଦ୍ଦେଶକ ରଘୁରାମ ଆୟାର ଯୋଗଦେଇ ଆଦର୍ଶ ବିଦ୍ୟାଳୟର ଭିତିଭୂମୀ,ଶିକ୍ଷାଦାନ ଓ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ୨୦ବ୍ଲକରେ ଏହି ବିଦ୍ୟାଳୟ ଶିକ୍ଷାଦାନ କରୁଥିବା ବେଳେ ୧୨ଟି ବିଦ୍ୟାଳୟରେ ବାଳିକା ହଷ୍ଟେଲ ରହିଛି । ଏଥିୁ ମଧ୍ୟରୁ ୭ଟିରେ ଛାତ୍ରୀମାନେ ରହୁଥିବା ବେଳେ ଅନ୍ୟାନ୍ୟ ୫ଟି ଛାତ୍ରୀ ହଷ୍ଟେଲ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି । ଛତ୍ରପୁର ଓ ଗଂଜାମ ବ୍ଲକରେ ହଷ୍ଟେଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିବା ବୈଠକରେ ଜଣାପଡିଛି । ଆସନ୍ତା ନଭେମ୍ବର ମାସରେ ଶିକ୍ଷକ ପଦବୀ ପୂରଣ ହେବ । ବିଦ୍ୟାଳୟରେ କେବଳଅଧ୍ୟକ୍ଷଙ୍କ ନାମରେ ନରଖି ଯୁଗ୍ମ ଖାତା ଖୋଲିବାକୁ ପରାମର୍ଶ ଦିଆଯାଇଛି । ବିଦ୍ୟାଳୟରେ ଝାଡୁଦାର ନିଯୁକ୍ତି , ଛାତ୍ରୀ ହଷ୍ଟେଲରେ ଜଗୁଆଳି ନିଯୁକ୍ତି, ସ୍ମାର୍ଟ କ୍ଲାସ ସମେତ ବିଭିନ୍ନ ଆବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଜିଲ୍ଲା ଶିକ୍ଷାଅଧିକାରୀ ଡଃ. ସନାତନ ପଣ୍ଡା କହିଥିଲେ । ମୋ ସ୍କୁଲ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟ ପାଇଥିବା ଅନୁଦାନ ଅର୍ଥ କେଉଁ ବାବଦରେ ବ୍ୟୟ ହୋଇଛି ସେ ସଂପର୍କରେ ଡଃ ସାହୁ ପାଚାରିବୁଝିଥିଲେ । ମୋ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁର ଆବଶ୍ୟକ ସାରଞ୍ଜାମ କ୍ରୟ କରିବା ପାଇଁ କୁହାଯାଇଛି । ବିଦ୍ୟାଳୟକୁ ସଫା ରଖିବା ସହ ବିଦ୍ୟାଳୟରେ ଶିକ୍ଷାର ଗୁଣବତା ବଜାୟୀ ରଖିବାକୁ କୁହାଯାଇଛି । ଏହି ସମୀକ୍ଷା ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଜିଲ୍ଲାର ସମସ୍ତ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଓ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟର ଅଧିକାରୀ ମାନେ ଉପସ୍ଥିତ ଥିଲେ ।


