କ.ନୂଆଗାଁରେ କଂଗ୍ରେସର ସାଙ୍ଗଠନିକ ବୈଠକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାର ନୂତନ ଜିଲା କଂଗ୍ରେସ ସଭାପତି ଭାବେ ଅନାମ ନାୟକଙ୍କ ନାମ ନିଯୁକ୍ତି ପରେ ଏବେ ଜିଲାରେ କଂଗ୍ରେସ ପକ୍ଷରୁ ବିଭିନ୍ନ ବ୍ଳକ ସ୍ତରରେ ସାଙ୍ଗଠନିକ ବୈଠକ ସହିତ ନୂତନ କର୍ମକର୍ତ୍ତା ଚୟନ ଆରମ୍ଭ ହେବା ପରିପ୍ରେକ୍ଷିରେ  କ.ନୂଆଗାଁ ବ୍ଳକ ର ସାରଙ୍ଗଡ଼ ଛକଠାରେ ବୈଠକ ସହିତ ବ୍ଳକ ସଭାପତି ଚୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାସଭାପତି ଶ୍ରୀ ନାୟକ ଯୋଗଦେଇ କର୍ମୀମାନଙ୍କ ସହିତ ବିିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ଅବସରର ବ୍ଳକ ସଭାପତି ଭାବେ ଜୀତେନ୍ଦ୍ର କୁମାର ଦିଗାଲଙ୍କୁ ପୁଣିଥରେ ବ୍ଳକର ସଭାପତି ଭାବେ ଚୟନ କରାଯାଇଛି । ଏଥି ସହିତ ପ୍ରଦେଶ କଂଗ୍ରେସ କମିଟି ସଭ୍ୟଭାବେ ପ୍ରଫୁଲ ଚନ୍ଦ୍ର ଦାସଙ୍କ ବ୍ଳକ ପାଇଁ ମନୋନିତ କରାଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁଜିଂବାଡ଼ି ପୂର୍ବତନ ସରପଂଚ ସୁରତ ଦିଗାଲ , ଦିଲିପ ସାହୁ , ପ୍ରକାଶ ମୁଖୀ ,ଯହର ବେହେରା ,ମୁନି ଦିଗାଲ ଓ ଅନ୍ୟ ବରିଷ୍ଠନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ