ଚକ ରାସ୍ତା ଜବର ଦଖଲ ନେଇ ଗ୍ରାମବାସୀଙ୍କ ଜଗତସିଂହପୁର ଜିଲ୍ଲାପାଳ ଙ୍କୁ ଅଭିଯୋଗ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ ): ଜଗତସିହପୁର ଜିଲା ତିର୍ତ୍ତୋଲ ଥାନା ଅଧିନସ୍ଥ ପଣ୍ଡୁଆ ପଞ୍ଚାୟତ ମୁଣ୍ଡିଦା ଗ୍ରାମର ଶେଷ ମୁଣ୍ଡରୁ ପୂର୍ବ ଦିଗକୁ ଚକରାସ୍ତାର କିଛି ଅଂଶ ଜବରଦଖଲରେ ରହିଛି । ଏହାକୁ ଉଚ୍ଛେଦ କରି ଲୋକମାନଙ୍କର ଯାତାୟତ ସୁବିଧା କୁ ରାସ୍ତା ନାହିଁ | ସ୍ୱାଧୀନତାର ୭୩ବର୍ଷ ପରେ ମଧ୍ୟ ବିଛିନ୍ନଚଳ ଭାବରେ ଗ୍ରାମବାସୀ ରହୁଛନ୍ତି । ଏହି ଗାଁ ଚତୃପାର୍ଶ୍ୱ ରେ ପଣ୍ଡୁଆ ଠାରୁ ଏରସମା ଓ ପଣ୍ଡୁଆ ଠାରୁ ଇବ୍ରିସିଂହ ପର୍ଯ୍ୟନ୍ତ ରାସ୍ତା ଯାଇଥିଲେ ମଧ୍ୟ ଏହି ଗାଁ ରୁ ଏପର୍ଯ୍ୟନ୍ତ ସିଧାସଳକ ରାସ୍ତା ସଂଯୋଗ ହୋଇପାରିନାହିଁ । ମୁଣ୍ଡିଦା ଗାଁ ର ଉତ୍ତରପାର୍ଶ୍ଵ ରେ ପଣ୍ଡୁଆ -ଏରସମା ରାସ୍ତାକୁ ସଂଯୋଗ କରିବା ପାଇଁ ଏକ ନଦୀ ବନ୍ଧ ରହିଛି | ନଦୀବନ୍ଧ ସଂଲଗ୍ନ ୧୮୪ନଂ ପ୍ଲଟ ଜଣେ ବ୍ୟକ୍ତିଙ୍କ ନାମରେ ରେକର୍ଡ ରହିଥିବାବେଳେ ସେ ପ୍ଲଟ ସହିତ ନଦୀବନ୍ଧକୁ ପ୍ରଶସ୍ତିକରଣ କରି ଗାଁ ଲୋକ ଯିବା ଆସିବା ସୁବିଧା ପାଇଁ ୨୨ହଜାର ରୁ ଅଧିକ ଟଙ୍କା ସମ୍ପୃକ୍ତ ଵ୍ୟକ୍ତି ଙ୍କୁପ୍ରଦାନ କରାଯାଇଥିଲା । ମୁଣ୍ଡିଦା ଗ୍ରାମବାସୀଙ୍କ ଠାରୁ ଏହି ଟଙ୍କା ହାସଲ କରିବାପରେ ବନ୍ଧକୁ ପ୍ରଶସ୍ତି କରଣ କରିବାସହିତ ନିଜର ସତ୍ଵ ସମ୍ପତି କହି ସେଥିରେ ସିମେଣ୍ଟ ପିଲ୍ଲାର ଗଢି କଣ୍ଟାବାଡ ଦେଇ ଗ୍ରାମବାସୀଙ୍କୁ ଜା ,ଆସ ସୁଯୋଗ ରୁ ବଞ୍ଚିତ କରାଯାଇଛି ,ଗ୍ରାମବାସୀଙ୍କ ଅନୁରୋଧ ସତ୍ୱେ ସମ୍ପୃକ୍ତ ବ୍ୟକ୍ତି ରାସ୍ତା ଦେଉନାହାନ୍ତି l ଅପରପକ୍ଷରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ୧୮୪, ୧୮୬ପ୍ଲଟ ରେକର୍ଡ ଥାଇ ଏହି ପ୍ଲଟ ଦୁଇ ମଝିରେ ୧୮୫ପ୍ଲଟ ରହିଛି l ଯାହାର କିଶମ ଚକ ରାସ୍ତା l ଏହି ଚକ ରାସ୍ତାକୁ ନିଜ ପ୍ଲଟ ସହ ମିଶେଇ ଏକ ପୋଖରୀ ଖୋଳିଦେଇଛନ୍ତି, ସରକାରୀ ସାହାଯ୍ୟ ମଧ୍ୟହାତେଇ ପାରିଛନ୍ତି l ଚକ ରାସ୍ତା ଓ ନଦୀବନ୍ଧ ରାସ୍ତା କରାଗଲେ ଏରସମା ସ୍ୱାସ୍ଥ୍ୟ କେନ୍ଦ୍ର, ଅଗ୍ନିସେବା ଭଳି ଜରୁରୀ କାର୍ଯ୍ୟ ୩କିମି ମଧ୍ୟରେ ହୋଇପାରିବ l ଅନ୍ୟ ପକ୍ଷରେ ମୁଣ୍ଡିଦା ଗ୍ରାମର ଅନେକ କୃଷିଯିବି ପରିବାର ନିଜର ଖେତକୁ କୃଷି ଉପକରଣ ସହ, କୃଷିଜାତ ଦ୍ରବ୍ୟ ନେବା ଆଣିବା ହୋଇପାରିବ l ଏହି ସମସ୍ୟା କୁ ନେଇ ଏକାଧିକ ବାର ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ l ଏନେଇ ଗତ ବର୍ଷ ନଭେମ୍ବର ୪ତାରିଖରେ ମୁଣ୍ଡିଦା ଗ୍ରାମବାସୀଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା l ସେଥିରେ୧୮୫ଚକ ରାସ୍ତାରେ ଏକ ପୁଷ୍କରିଣୀ ଥିବା ଦର୍ଶାଯାଇଛି l ଏହି ପୁଷ୍କରିଣୀ ପାଇଁ କୁଆଡେ ଦାଖଲେ ରେ ଥିବା ଏକ ନିର୍ଦ୍ଧିଷ୍ଟ ପରିବାର କୁ ୧୦ଲକ୍ଷ ରୁ ଅଧିକ ସରକାରୀ ଅନୁଦାନ ହାତେଇଥିବା ସ୍ଥାନୀୟ ଅଂଚଳର ଚର୍ଚ୍ଚା ହେଉଛି l ଗ୍ରାମବାସୀଙ୍କ ବ୍ୟବହାର ଉପଯୋଗୀ କରିବାକୁ କୁଳମଣି ମହାନ୍ତି, ଶରତଚନ୍ଦ୍ର ସ୍ୱାଇଁ, ସୌମ୍ୟ ରଞ୍ଜନ ସ୍ୱାଇଁ, ଗୌରାଙ୍ଗ ସ୍ୱାଇଁ, ସନାତନ ମୁଦୁଲି, ବିଭୁତି ଭୂଷଣ ମହାନ୍ତି, ଶରତ ମହାନ୍ତି, କିଶୋର ପ୍ରଧାନ, ଚିତ୍ତରଞ୍ଜନ ସ୍ୱାଇଁ, ଲଷ୍ମୀଧର ଦାସ , ୱାର୍ଡ ସଭ୍ୟ ଶାନ୍ତିଲତା ସ୍ୱାଇଁ ପ୍ରମୁଖ ଦାବି ଜଣାଇଛନ୍ତି l


