ଗୋରୁ ବୋଝେଇ ଗାଡ଼ି ଜବତ; ଚାଳକ ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ଅଂଚଳରୁ ବେଆଇନ ଭାବେ ଗାଇ ଗୋରୁ ଚାଲାଣ କରାଯାଉଥିବା ବେଳେ ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଥାନା କଂଚୁରୁ ଛକ ନିକଟରୁ ଏକ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ(ଓଡ଼ି୦୭ଏଇ୬୯୬୨)କୁ ହିଞ୍ଜିଳି ପୁଲିସ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି । ଗିରଫ ଚାଳକ ଜଣକ ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମର କୁଳମଣି ଜେନା (୩୪) । ଏ ନେଇ ଥାନାରେ ନଂ- ୪୨୧/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଉଦ୍ଧାର ୯ଗୋରୁକୁ ଗିରିଆ ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଂଚଳରେ ପ୍ରତି ଶନିବାର ଦିନ ସାପ୍ତାହିକ ହାଟ ଅନୁଷ୍ଠିତ ହେଉଛି । ସ୍ଥାନୀୟ ପୌରାଂଚଳ ନିୟନ୍ତ୍ରିତ ବଜାର ପରିସରରେ ଗୋରୁ ହାଟ ବସୁଥିଲା । ନିୟନ୍ତ୍ରିତ ବଜାର ପରିସରରେ ଉପଖଣ୍ଡ ଚିକିତ୍ସାଳୟ ସ୍ଥାପିତ ହେବା ପରେ ସ୍ଥାନୀୟ ବ୍ଳକ ରାଳବ ଗ୍ରାମକୁ ଗୋରୁ ହାଟ ସ୍ତାନାନ୍ତରିତ କରଯାଇଥିଲା । ଗତ ବର୍ଷ ଗାଇଗୋରୁଙ୍କ ଦେହରେ ଚର୍ମବିଣ୍ଡି ରୋଗର ଲକ୍ଷଣ ଦେଖା ଯିବା ପରେ ସ୍ଥାନୀୟ ଅଂଚଳରୁ ଗୋରୁ ହାଟ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିଲା । ଗୋରୁ ହାଟ ବନ୍ଦ ହୋଇଯିବା ପରେ ସ୍ଥାନୀୟ ଅଂଚଳର ବହୁ ଗୋ ଦଲାଲ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳ ବୁଲି ଗାଇଗୋରୁ ମାନଙ୍କୁ କିଣି କଲିକତା ଅଂଚଳକୁ ଗୋ ମାସଂ ସକାଶେ ରପ୍ତାନି କରାଯାଉଥିବା ଜଣାପଡ଼ିଛି । କିଛି ଦିନର ବ୍ୟବଧାନ ପରେ ପୁଲିସ ପ୍ରଶାସନ ପକ୍ଷରୁ ଗୋ ଚାଲାଣ ଉପରେ ଚଢାଉ କରାଯିବା ପରେ ସ୍ଥାନୀୟ ଅଂଚଳରୁ ଗୋ ଦଲାଲଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଗାମୀ ଦିନରେ ଚଢାଉ ଜାରି ରହିବା ସହ ଗୋ ଚାଲାଣକାରିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ