ଯୌତୁକ ଜୁଇରେ ନବବଧୂ ; ସନ୍ଧେହ ଘେରରେ ତିର୍ତ୍ତୋଲ ପୋଲିସ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲ ଥାନା ଅଧୀନ ତେନ୍ତୁଳିପଦା ପଞ୍ଚାୟତର ଅରିଲୋ ଗ୍ରାମରୁ ନବବଧୂ ଙ୍କ ର ମୃତ ଦେହକୁ ତିର୍ତ୍ତୋଲ ପୋଲିସ ଜବତକରିଛି ମୃତ ମହିଳା ଜଣକ ହେଲେ ହାପି ସ୍ୱାଇଁଙ୍କ ପତ୍ନୀ ପ୍ରିୟଦର୍ଶିନୀ ନାୟକ ପୁଲିସ ସୂଚନା ମୁତାବକ ୨୦୧୮ ମସିହାରେ ବୈଦିକ ରୀତି ନୀତି ଅନୁସାରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା ତେବେ ବିବାହର କିଛି ଦିନପରେ ପରେ ଶାଶୁ ଲତିକା ସ୍ୱାଇଁ ଅଧିକ ଯୌତୁକ ଦାବିକରି ପ୍ରିୟଦର୍ଶିନୀ ଙ୍କୁମାନସିକ ନିର୍ଯାତନା ସହ ଅତ୍ୟାଚାର କରୁଥିଲେ ତେବେ ଏ ସଂକ୍ରାନ୍ତ ରେ ଝିଅର ପରିବାର ଆସି ବୁଝାସୁଝା କରିଥିଲେ ଅନ୍ୟପକ୍ଷରେ ତାଙ୍କ ସ୍ୱାମୀ ହାପି ଘରେ ଅନୁପସ୍ଥିତ ଥିବା ସମୟରେ ଶାଶୁ ଓ ମଳାଶୁର ସୁକୁଟା ନାୟକ ମିଶି ମୋ ଝିଅ କୁ ମାରିଦେଇଛନ୍ତି ବୋଲି ଝିଅର ବାପା ଉଦୟ ନାୟକ ତିର୍ତୋଲ ଥାନାରେ ଅଭିଯୋଗ କରିଥିବାବେଳେ ତିର୍ତ୍ତୋଲ ପୋଲିସ ପକ୍ଷରୁ ତଦନ୍ତ ଚାଲୁ ରହିଥିବା ଜଣାଯାଇଛି|