ଜଳବନ୍ଦୀରେ ବ୍ୟାଙ୍କ କଲୋନୀ ମୁଖ୍ୟରାସ୍ତା

ଛତ୍ରପୁର,(ଯୁଗାବ୍ଦ ନ୍ରୁ୍ୟଜ୍) : ଲଗାଣବର୍ଷାରେ ଛତ୍ରପୁର ବ୍ଲକ ସମେତା ଜିଲ୍ଲାରେ ଜଳମଗ୍ନ ହୋଇଥିବା ବେଳେ ଖୋଦ୍ ଜିଲ୍ଲାର ସଦରମହକୁମା ଛତ୍ରପୁର ଜାତୀୟରାଜପଥ ନିକଟସ୍ଥ ଥିବା ବ୍ୟାଙ୍କକଲୋନୀ ସାହି ବାସିନ୍ଦାମାନେ ମଧ୍ୟ ବର୍ଷାଜଳ ଘେରରେ ରହିଥିବାର ଦେଖିବାକୁ ମିଳିଛି । ପାଟ ନିକଟରେ ଏହି କଲୋନୀ ଥିବାବେଳେ ଏହାର ବର୍ଷାଜଳ ନିଷ୍କାସନ ନିମନ୍ତେ କୈାଣସି ସୁବିଧା ନାହିଁ । ଏହା ଛତ୍ରପୁର ବ୍ଲକର ଅଗସ୍ତିନୂଆଗାଁ ଗ୍ରାମ ପଂଚାୟତ ଏବଂ ଛତ୍ରପୁର ଏନଏସିର ମଧ୍ୟରେ ଥିବା ବେଳେ ଏହା ଜି.ଏନ. ପାଲାମା ମୈାଜାରେ ସାହିବାସିନ୍ଦା ମାନେ ଘର କରିଛନ୍ତି । ସେହି କଲୋନୀର ମୁଖ୍ୟରାସ୍ତା ବର୍ତମାନ ପାଣି ଘେରରେ ରହିଛି । ଯାହାଫଳରେ କେତକ ଘରକୁ ମଧ୍ୟ ପାଣି ପସିଛି । ଯାହାଦ୍ୱାରା କଲୋନୀର ଜନସାଧାରଣ ମାନେ ଯାତାୟତ କରିବାରେ ବର୍ଷାଦିନେ ବହୁ ଅସବୁଧାର ସମ୍ମୁଖୀନ ହେଉଛନ୍ତି ।ତେଣୁ ଏହାର ସ୍ଥାୟୀ ପ୍ରତିକାର କରିବା ଦିଗରେ ଜିଲ୍ଲାପ୍ରଶାସନ କାର୍ଯ୍ୟକ୍ଷମ କରିଲେ ସ୍ଥାୟୀ ବାସିନ୍ଦା ମାନେ ଉପକୃତ ହେବ ବୋଲି ସେମାନେ ଏକ ପ୍ରେସବିବୃତି ଯୋଗେ ସୂଚନା ଦେଇଛନ୍ତି । ଏହାସହ ଛତ୍ରପୁର ଏନଏସିରେ ଜଳ ନିଷ୍କାସନର କୈାଣସି ସୁବିଧା ନଥିବାରୁ ବହୁ ସାହିରେ ବର୍ଷାପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଏନଏସି ପକ୍ଷରୁ ଏହାର ସୁବ୍ୟବସ୍ଥା କରିବା ନିମନ୍ତେ ବହୁ ବୁଦ୍ଧିଜିବୀ ଦାବୀ କରିଛନ୍ତିା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ