୮୭ ବର୍ଷରେ ସାଇଲେନ୍ସ ମ୍ୟାନ

(ଯୁଗାବ୍ଦ ନ୍ୟୁଜ୍)-(ଦିପ୍ତି) ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଠ ଅର୍ଥନିତିଜ୍ଞ ମନମୋହନ ସିଂ ୮୭ ବର୍ଷରେ ପାଦଥାପିଛନ୍ତି । ସରଳ ଜୀବନଯାପନ ଓ କମ୍ କଥା କହୁଥୁବା ମନମୋହନ ୟୁପିଏ ସରକାର ଅମଳରେ ଦୁଇଦୁଇ ଥର ଦେଶର ସର୍ବୋଚ୍ଚ ସାମ୍ବିଧାନୀକ ପଦବୀରେ ବସିବାର ଗୌରବ ଅର୍ଜନ କରଥିଲେ । କୁହାଯାଏ ମନମୋହନ ଙ୍କ ସରଳତା ବିରୋଧୀଙ୍କୁ ହଜମ ଦୁଏ ନାହିଁ । ବିରୋଧୀମାନେ ତାଙ୍କୁ ଯେତେ ସମାଲୋଚନା କଲେ ମଧ୍ୟ ତାଙ୍କ ଉପରେ କିଛି ଫରକ୍ ମଳେ ନାହିଁ । ସେ ରାଜନୀତର ମିଶାଣ ଫୋଡାଣକୁ ଭଲଭାବରେ ବୁଝିିପାରୁଥିଲେ । କଂଗ୍ରେସର ଲୋକପ୍ରୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦେଶର ୧୪ ତମ ପ୍ରଧାନମନ୍ତ୍ରୀ ଥିଲେ୍ । ରାଜନୀତିକୁ ବାଦ୍ ଦେଲେ ସେ ଜଣେ ପ୍ରଫେସର,ଅର୍ଥଶାସ୍ତ୍ରୀ ଭାବେ ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ମନମୋହନ ୧୯୩୨ ସେପ୍ଟେମ୍ବର ୨୬ ତାରିଖରେ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନଅର୍ଥନିତିଜ୍ଞ । ପଞ୍ଜାବରୁ ବିଶ୍ୱର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ପଢିବାର ସୌଭାଗ୍ୟ ଅର୍ଜନ କରିଥିଲେ । ପରେ ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଡି,ଫିଲ ମଧ୍ୟ ହାସଲ କରିଛନ୍ତି । ଶିକ୍ଷକତା କରିବା ସହ ୧୯୮୭ ରୁ ୧୯୯୦ ପର୍ଯ୍ୟନ୍ତ ଜେନେଭା ଦକ୍ଷିଣ ଆୟୋଗ ଙ୍କ ମହାସଚିବ ରୂପେ ମଧ୍ୟ କାର୍ଯକରିଛନ୍ତି । ୧୯୭୧ ରେ ବାଣିଜ୍ୟ ମନ୍ତ୍ରାଳୟରେ ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟ ସୂଚାରୁ ରୂପେ ତୁଲାଇଛନ୍ତି । ତା ସହ ଅର୍ଥ ସଚିବ,ଯୋଜନାଆୟୋଗର ଉପାଧକ୍ଷ, ଆରବିଆ ର ଅଧକ୍ଷ ଭାବେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ