ବରିଷ୍ଠ କଳାକାର ସଂଘର ସ୍ମୃତିଚାରଣ ସଭା

ବ୍ରହ୍ମପୁର,(ସୁଦିପ କୁମାର ସାହୁ):ବରିଷ୍ଠ ଲୋକନାଟକ କଳାକାର ବିପ୍ର ଚରଣ ସାହୁଙ୍କ ଦ୍ୱାଦଶାହ ଅବସରରେ କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ସଙ୍ଗୀତ ନାଟକ ଏକାଡେମୀ ପ୍ରାକ୍ତନ ସଦସ୍ୟ ଅନିଲ କୁମାର ପାତ୍ର, ବେଲଗୁଣ୍ଠା ବ୍ଲକ ଶାଖା ସମ୍ପାଦକ ରଞ୍ଜିତ ପାତ୍ର, ଶିଶୁ ସାହିତ୍ୟିକ ସୁଶାନ୍ତ କୁମାର କର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ମୃତି ଚାରଣ ସଭା କଳାକାରଙ୍କ ଭିତରେ ସ୍ନେହ, ଶ୍ରଦ୍ଧା, ସଂପ୍ରିତି ଭାଵ ସୃଷ୍ଟି କରିବା ସହିତ ସବୁ କଳାକାର ଏକ ପରିବାର ଚେତନାରେ ଅବଗାହିତ କରେଇଥାଏ ବୋଲି ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ମହାସଂଘ କାର୍ଯ୍ୟକାରୀ ସଭାପତି ବିଜୟ ଚନ୍ଦ୍ର ମହାରଣା ସଭାକାର୍ଯ୍ୟ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ମହାସଚିବ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ନାଟ୍ୟସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଅତିଥି ପରିଚୟ ପ୍ରଦାନ କରିଥିଲେ। କଳାପ୍ରାଣ କୈଳାସ ପାଣିଗ୍ରାହୀ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଉଦଘୋଷକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସଂଯୋଜନା କ୍ରମେ ମାଧବ ଚନ୍ଦ୍ର ଜେନା ଓ ସାଥୀଙ୍କ ଦ୍ୱାରା ଭଜନ ସହିତ ମା’ ମଙ୍ଗଳା ଓ କଳାପାଟ ନାଟ୍ୟ ସଂଘ, ଦୁଆନପଲ୍ଲୀ ପ୍ରଯୋଜିତ ଲୋକ ନାଟକ ଲକ୍ଷ୍ମୀ ପୁରାଣ ପରିବେଷଣ କରାଯାଇଥିଲା। ଏହି ଅବସରରେ ସର୍ବଶ୍ରୀ ମାଧବ ଚନ୍ଦ୍ର ଜେନା, ଅମର ନାୟକ, ରତନ ସ୍ୱାଇଁ, ବିଜୟ ରାଉତ, ସୁରେନ୍ଦ୍ର ନାଥ ପାଣି, ପ୍ରବାସୀ ସାହୁ, ରାମ ଚନ୍ଦ୍ର ସାହୁ, ପାଣ୍ଡବ ପ୍ରଧାନ, ଦିଗାମ୍ବର ମହାରଣା, ପଞ୍ଚାନନ ସାହୁ, ବନଜ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ସୁଜାତା ମହାରଣା, ତବଲା ବାଦକ ସୁନୀଲ, ଅଞ୍ଜଳି ସାହୁ ପ୍ରମୁଖଙ୍କ ସମେତ ଉପସ୍ଥିତ କଣ୍ଠ ଶିଳ୍ପୀ ଓ ନାଟ୍ୟ କଳାକାରମାନଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଚିତ୍ତ ରଂଜନ ଦଳେଇ, ମହେନ୍ଦ୍ର କୁମାର ସାହୁ, ବି. ଶିବ ପ୍ରସାଦ, ବଳଦେବ ସାହୁ, ଟୁଟୁ ସାହୁ, ଦୀନବନ୍ଧୁ ପାତ୍ର, ଅଭିରାମ ରାଉଳ, ସୁମତି ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ ମାନସ ରଂଜନ ଦାସ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ