କପ୍ତିପଦା ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ
ଉଦଳା,(ରାଜୀବ କୁମାର ବେହେରା) : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଭାବେ ସଲମା ସୋରେନ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଏଫ୍.ଏମ୍. କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟରତ ଥିଲେ। ପରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ ସଫଳତା ହାସଲ କରି ବରଗଡ଼ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଦାୟିତ୍ୱ ପାଳନ କରିଥିଲେ। ଏହାସହ ବାରିପଦାରେ ସବ୍-ରେଜିଷ୍ଟ୍ରାର ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ନୂତନ ବିଡିଓଙ୍କ ଯୋଗଦାନ ପରେ କପ୍ତିପଦା ଅଞ୍ଚଳର ବିଭିନ୍ନ ଜନସମସ୍ୟାର ସମାଧାନ ତ୍ୱରାନ୍ୱିତ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଆଶା ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ବିଡିଓ ରେଶ୍ମୀ ଟେଟେଙ୍କ କାର୍ଯ୍ୟଶୈଳୀକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ବହୁ ବାଦ ବିବାଦ ପରେ ତାଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ମଧ୍ୟ ଆୟୋଜିତ ହୋଇଥିଲା। ନୂଆ ବିଡିଓ ଙ୍କ ଆଗମନକୁ ନେଇ କପ୍ତିପଦା ର ବିକାଶ ଧlରା ଆଗକୁ ଆଗେଇବା ନେଇ ଲୋକଙ୍କ ଭିତରେ ଉଦବେଗ ପ୍ରକାଶ ପାଇଛି l


