ମସ୍ତିଷ୍କର କ୍ରିୟାଶୀଳତା କମାଏ କ୍ଷୀଣ ଆଲୋକ
କ୍ଷୀଣ ଆଲୋକ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ । ଏହା ଦ୍ୱାରା ସ୍ମୃତିଶକ୍ତି କମିବା ସହିତ ଚିନ୍ତାଶକ୍ତି ମଧ୍ୟ ହ୍ରାସପାଏ । ଅପର ପକ୍ଷରେ ଉଜ୍ଜ୍ୱଳ ଆଲୋକ ମସ୍ତିଷ୍କ କୋଷିକାର କ୍ରିୟାଶୀଳତାକୁ ବୃଦ୍ଧି କରି ନୂତନ ଚିନ୍ତାଧାରା ଉଦ୍ରେକ କରିଥାଏ । ଏନେଇ ମିସିଗାନ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସ୍ମୃତିଶକ୍ତି ପାଇଁ ମସ୍ତିଷ୍କର ଯେଉଁ ଅଂଶ ଦାୟୀ ସେହି ଅଂଶର କୋଷ କ୍ଷୀଣ ଆଲୋକ ପ୍ରଭାବରେ କ୍ରିୟାଶୀଳତା ହରାଇ ବସିଥିବା ଯୋଗୁ ଏହା ହୁଏ । କ୍ଷୀଣ ଆଲୋକରେ ଦୃଷ୍ଟିଶକ୍ତି ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼େ । କ୍ଷୀଣ ଆଲୋକ ମସ୍ତିଷ୍କର ଗୁରୁତ୍ୱପୂର୍ଣ୍ଣ କୋଷିକାକୁ ନିସ୍ତେଜ କରିଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି ।


