ଗଞ୍ଜାମ ପୋଲିସର ଅପରାଧ ସମୀକ୍ଷା ବୈଠକ
ଛତ୍ରପୁର (ଓ୍ବାଇଏନଏସ): ଛତ୍ରପୁର ସ୍ଥିତ ଗଞ୍ଜାମ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସପି ହରିଶ ବିସି ଅଧ୍ୟକ୍ଷତା କରି ଥାନା ୱାରୀ ସମୀକ୍ଷା କରିବା ସହିତ ପୁରୁଣା ୱାରେଣ୍ଟି ଓ ବେଅଇଇନ ଧରପଗଡ ଉପରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୁରୁଣା ମାମଲା ଗୁଡିକର ତଦନ୍ତ ପ୍ରକ୍ରିୟା ଶେଷ କରି ତୁରନ୍ତ ଫଇସଲା କରିବା ଦିଗରେ ଏସପି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସାଇବର ଠକେଇ ଉପରେ ଗୁରୁତ୍ୱ ଦେବା ସହ ମୁଦୁଲା ମାନଙ୍କୁ ଗିରଫ୍ କରିବା ନିମନ୍ତେ କୁହାଯାଇଛି । ତ୍ରିପଲ ରାଇଡିଂ, ଡ୍ରଙ୍କନ ଡ୍ରାଇଭିଂ ଉପରେ ଚଢାଉ କରିବା ସହିତ ବାଲି, ମୋରମ, ପଥର ସହିତ ବେଆଇନ କାରାବାର ଓ ଚୋରା ଚାଲାଣ ଉପରେ କଡା ନଜର ରଖିବାକୁ କୁହାଯାଇଛି । ଜେଲ ଫେରନ୍ତା ଓ ବିଭିନ୍ନ ଅପରାଧରେ ଜଡିତ ଥାଇ ବେଲରେ ଆସିଥିବା ଅପରାଧିଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ କୁହାଯାଇଛି । ଚୋରୀ, ଡକାୟତି ଭଳି ପେଣ୍ଡିଙ୍ଗ ଥିବା ମାମଲା ଗୁଡିକର ଜଡିତ ଅପରାଧିଙ୍କୁ ଖୋଜିି ବାହାର କରି ଗିରଫ କରିବାକୁ କୁହାଯାଇଛି । ଥାନାକୁ ଆସୁଥିବା ଲୋକଙ୍କୁ ଉଚିତ୍ ବ୍ୟବହାର ପ୍ରଦର୍ଶନ କରିବାକୁ ସମସ୍ତଙ୍କୁ କୁହାଯାଇଛି । ଏହି ବୈଠକରେ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ଚିନ୍ମୟ କୁମାର ନାୟକ, ପ୍ରଶାନ୍ତ କୁମାର ଦାସ, ରବିକାନ୍ତ ସୁନା ଓ ରଞ୍ଜନ କୁମାର ଦେ, ଡିଏସପି କଳ୍ପନା କାଉଁରୀ, ଆସିକା ଏସଡିପିଓ, ଭଞ୍ଜନଗର ଓ ଛତ୍ରପୁର ଏସଡିପିଓଙ୍କ ସମେତ ସମସ୍ତ ଥାନାଧିକାରୀ ମାନେ ଉପସ୍ଥିତ ଥିଲେ ।


