ଲଘୁଚାପ ଜନିତ ଲଗାଣ ବର୍ଷା : କୃତ୍ରିମ ବନ୍ୟାଅଞ୍ଚଳ ପରିଦର୍ଶନ କଲେ ସାଂସଦ

 ବାଲେଶ୍ବର(ସରୋଜ ପଣ୍ଡା): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସହଦେଇକୁଣ୍ଟା ଅଞ୍ଚଳରେ ଡ୍ରେନେଜ୍ ବ୍ଲକେଜ୍ ସୃଷ୍ଟି ହୋଇ ବହୁ ଲୋକଙ୍କ ଘରେ ପାଣି ପଶିଯାଇଥିବା ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ  ମୁନିସିପାଲିଟିର ଅଧିକାରୀ, ଡ୍ରେନେଜ୍ ବିଭାଗର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ସ୍ଥିତିର ସମୀକ୍ଷା କରି ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା ସ୍ୱାଭାବିକ କରିବା ଏବଂ ଲୋକଙ୍କୁ ଶୀଘ୍ର ରିଲିଫ୍ ଯୋଗାଇବା ପାଇଁ ପଦକ୍ଷେପ ନେବା ଉପରେ ଆଲୋଚନା କରିଥିଲେ ସଂସଦ  ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ବ୍ୟାପକ (Comprehensive) ଯୋଜନା ପ୍ରସ୍ତୁତ। ପାଇଁ ପ୍ରାୟ ୨୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ପ୍ରଶାସନିକ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଖୁବ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ, ଯାହା ଦ୍ୱାରା ଏହି ଅଞ୍ଚଳର ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ହେବ। ବର୍ତ୍ତମାନ ପାଇଁ ଚଳିତ ବର୍ଷା ଋତୁରେ ଜନସାଧାରଣଙ୍କୁ ଅସୁବିଧାରୁ ରକ୍ଷା କରିବା ନିମନ୍ତେ ଡ୍ରେନେଜ୍ ବ୍ୟବସ୍ଥାକୁ ସଠିକ୍ ଭାବେ ସଫା ଓ ସଚଳ ରଖି ଜଳ ନିଷ୍କାସନକୁ ତ୍ୱରାନ୍ୱିତ କରିବା ସହ ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ସଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ