‘ଯୁଗାଦ୍ଦ ନ୍ୟୁଜ’ର ପ୍ରଭାବ ଚେତିଲା ପ୍ରଶାସନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମରେ ଗାଇ ଗୋରୁଙ୍କ ଠାରେ ଚର୍ମବିଣ୍ଡି ରୋଗ ଦେଖାଯିବା ନେଇ   ‘ଯୁଗାବ୍ଧ ନ୍ୟୁଜ’ ରେ ଗତ ୨୨ ତାରିଖରେ ପ୍ରକାଶିତ ହୋଇଥିଲା । ଖବର ପ୍ରକାଶନ ପରେ ପ୍ରଶାସନର ଚେତା ପଶିଛି । ଗାଇ ଗୋରୁଙ୍କ ଦେହରେ ବ୍ୟାପୁଥିବା ଚର୍ମବିଣ୍ଡି ରୋଗର ନିରାକରଣ ଓ ସଚେତନତା ସକାଶେ ଗୁରୁବାର ସ୍ଥାନୀୟ ବ୍ଳକ ମକରଝୋଳ କଲ୍ୟାଣ ମଣ୍ଡପ ପରିସରରେଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଲମ୍ବୋଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର ଯୋଗଦେଇ, ଗାଇ ଗୋରୁଙ୍କ ଠାରେ ଦେଖାଦେଉଥିବା ଚର୍ମବିଣ୍ଡି ରୋଗର ପ୍ରତିକାର ସମ୍ପର୍କରେ ଉପସ୍ଥିତ ଗୋପାଳକ ମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମକରଝୋଳ ପଂଚାୟତର ସରପଂଚ ଜି. ଏରମ୍ମା , ପିଇଓ ପ୍ରତାପ ସାହୁ, ଜି. ମୋହନ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡ଼ାକ୍ତର  ପ୍ରବିଣ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।   ଉକ୍ତ ରୋଗ ଭୁତାଣୁ ଜନିତ  ଓ କାପ୍ରିକସ୍ ଭାଇରସ ଦ୍ୱାରା ବ୍ୟାପିଥାଏ ଏବଂ ଏହାର ଆଶୁ ଚିକିତ୍ସା କରାଇଲେ ରୋଗ ସମ୍ପୁଣ୍ଣ ଭଲ ହୋଇଥାଏ ବୋଲି ଉପସ୍ଥିତ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । କୌଣସି ଅଂଚଳରେ ଉକ୍ତ ରୋଗ ଦେଖାଦେଲେ ତୁରନ୍ତ ନିକଟସ୍ଥ ପ୍ରାଣୀଧନ ନିରୀକ୍ଷକ, ପ୍ରାଣୀ ଚିକିତ୍ସକ କିମ୍ବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କୁ ସୂଚନା ଦେବାପାଇଁ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ମହାପାତ୍ର କହିଥିଲେ । ଏହି ଅବସରରେ ଫୁଲନଖରା ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏକ ବିଶେଷଜ୍ଞ ଦଳ ସ୍ଥାନୀୟ ବ୍ଳକ ଗ୍ରସ୍ତରେ ଆସି ସ୍ଥାନୀୟ ବ୍ଳକ ସାରୁ, ଗିରିଆ, ରାଳବ, ଗୋଦରାପଲ୍ଲୀ ଗ୍ରାମକୁ ଯାଇ ୧୧ ଟି ଗୋରୁର ରକ୍ତ ନମୁନା ସଂଗ୍ରହ କରିଥିଲେ । ଉକ୍ତ ୩ ଟି ପଂଚାୟତର ୩୧ ଟି ଗାଇଙ୍କଦେହରେ ଚର୍ମବିଣ୍ଡି ରୋଗର ଲକ୍ଷଣ ଥିବା ବିଶେଷଜ୍ଞ ଦଳ କହିଛନ୍ତି ।  ଉକ୍ତ ଶିବିରରେ ସ୍ଥାନୀୟ ପଂଚାୟତର ଶତାଧିକ ଗୋପାଳକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ