ସାବଧାନ ! ଯଦି ଆପଣଙ୍କ ଶିଶୁ ଟିଭି ଓ ମୋବାଇଲ ଫୋନରେ ସମୟ କଟାଉଛି ଖବର ନିଶ୍ଚିତ ପଢନ୍ତୁ
ଯଦି ଆପଣଙ୍କ ଶିଶୁ ଦିନସାରା ଟିଭି ଦେଖୁଛି ଅଥବା ମୋବାଇଲରେ ଭିଡିଓ ଗେମ୍ ଖେଳୁଛି ତେବେ ଏବେଠାରୁ ସାବଧାନ ହୋଇଯାଆନ୍ତୁ । ଏକ ଗବେଷଣାରୁ ଏଭଳି ଶିଶୁମାନେ ସ୍କୁଲରେ ଉତ୍ତମ ପ୍ରଦର୍ଶନ କରିପାରୁନଥିବା ଜଣାପଡିଛି । ଶିଶୁଙ୍କ ଏଭଳି ଅଭ୍ୟାସ ସେମାନଙ୍କୁ ପାଠପଢାରେ ଦୁର୍ବଳ କରୁଥିବା ବେଳେ ସ୍କୁଲରେ ପ୍ରାୟତଃ ଅମନଯୋଗୀ ରହୁଛନ୍ତି । ତେବେ ଆସନ୍ତୁ ଜାଣିବା ଟିଭି ଓ ମୋବାଇଲ ସେମାନଙ୍କ ଉପରେ କିପରି ପ୍ରଭାବ ପକାଉଛି ।
ଏଥିଲାଗି ସ୍ପେନର ଜମି ବିଶ୍ୱବିଦ୍ୟାଳୟରେ ପଢାଉଥିବା ଡା. ମେରିଆ ଏଡେଲେଣ୍ଟେଡୋ ରେନଙ୍କ ନେତୃତ୍ୱରେ ଗବେଷକ ଦଳ ଖାଲି ସମୟ ଟିଭି ଓ ମୋବାଇଲ ସ୍କ୍ରିନରେ କଟାଉଥିବା ପିଲାମାନଙ୍କ ସ୍କ୍ରିନ ବେସଡ୍ ଆକ୍ଟିଭିଟିର ବିଶ୍ଲେଷଣ କରିଥିଲେ । ଏଭଳି ପିଲାମାନେ ଭାଷା ଓ ଗଣିତ କୌଶଳ ସାଧାରଣ ପିଲାଙ୍କଠାରୁ ଖୁବ ଦୁର୍ବଳ ଥିବା ଜଣାପଡିଥିଲାୟ ଗବେଷକଙ୍କ ଗବେଷଣା ସନ୍ଦର୍ଭ ଜାମା ପେଡିଟେରିକ୍ସରେ ପ୍ରକାଶିତ ହୋଇଛି । ଏଥିଲାଗି ୨୩ଟି ଦେଶର ୫୮ ଜଣ ଗବେଷକ ଭାଗ ନେଇଥିବା ବେଳେ ସବୁ ବୟସର ପିଲାଙ୍କୁ ଗବେଷଣାରେ ସାମିଲ କରାଯାଇଥିଲା ।
ଏଥିରୁ ଟିଭି ଦେଖୁଥିବା ପିଲାମାନେ ଗଣିତ କୌଶଳରେ ସାଧାରଣ ପିଲାଙ୍କ ଠାରୁ ପଛେଇ ଯାଉଥିବା ଜଣାପଡିଛି । ସେହିପରି ଟିଭି ସେମାନଙ୍କ ଭାଷା ଜ୍ଞାନକୁ ମଧ୍ୟ ଦୁର୍ବଳ କରୁଥିବା ବୈଜ୍ଞାନିକମାନେ କହିଛନ୍ତି । ଟିଭି ଓ ମୋବାଇଲରେ ସମୟ କଟାଉଥିବା ଯୋଗୁ ପିଲାମାନେ ଅନ୍ୟ ଖେଳକୁଦକୁ ପସନ୍ଦ କରୁନାହାନ୍ତି । ଏଥିଲାଗି ସେମାନଙ୍କୁ ପ୍ରେରିତ କଲେ ମଧ୍ୟ ଖେଳ ପ୍ରତି ସେମାନେ ଋଚି ରହୁନଥିବା ଜଣାପଡିଛି । ତେବେ ପିଲାଙ୍କ ଏଭଳି ଅଭ୍ୟାସ ଜାରି ରହିଲେ ସେମାନେ ସାମାଜିକ କାର୍ଯ୍ୟକଳାପରୁ ଦୂରେଇ ଯିବାର ସନ୍ଦେହ ମଧ୍ୟ ଉପୁଜିଛି । ମୋବାଇଲ ଓ ଟେଲିଭିଜନ ସେମାନଙ୍କ ଉପରେ ମନୋବୈଜ୍ଞାନିକ ପ୍ରଭାବ ପକାଉଥିବା ବେଳେ ସେମାନଙ୍କ ଆ·ର ବ୍ୟବହାର ଓ ପଢାପଢି ବ୍ୟହତ ହେଉଛି ।


