କାମସୂତ୍ରକୁ ନେଇ ଆଧାରିତ ୱେବ୍ ସିରିଜରେ ନଜର ଆସିବେ ସନ୍ନି ଲିଓନି

ମୁମ୍ବାଇ :ବିଭିନ୍ନ ପର୍ଣ୍ଣ ଫିଲ୍ମରେ କାମ କରିବା ପରେ ବଲିଉଡରେ ପାଦ ରଖିଥିଲେ ଅଭିନେତ୍ରୀ ସନ୍ନି ଲିଓନି । ବଲିଉଡରେ କାମ କରିବା ଆରମ୍ଭ କରିବା ପରେ ସେ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ କାମ କରିବା ଛାଡ଼ି ଦେଇଥିଲେ ମଧ୍ୟ ଏବେ ବି ଅନେକ ଲୋକ ତାଙ୍କୁ ପର୍ଣ୍ଣ ଷ୍ଟାର ଭାବେ ସମ୍ବୋଧନ କରୁଛନ୍ତି । ତେବେ ନିଜର ଏଭଳି ଛବିକୁ ସନ୍ନି ପରିବର୍ତ୍ତନ କରିବାକୁ ଚାହୁଁଥିବା ବେଳେ ତାଙ୍କୁ ସେହି କାମ ସହ ସାମଞ୍ଜସ୍ୟ ଥିବା କାମ ଅଫର କରାଯାଇଛି ।ପ୍ରଯୋଜିକା ଏକତା କପୁର କାମସୂତ୍ରକୁ ନେଇ ଏକ ୱେବ୍ ସିରିଜ୍ କରିବାକୁ ଚାହୁଁଥିବା ବେଳେ ସେ ସେଥିରେ ସନ୍ନିଙ୍କୁ ନେବା ପାଇଁ ମନସ୍ଥ କରିଛନ୍ତି । ଅନେକ କଷ୍ଟ ପରେ ସନ୍ନି ଏହି ୱେବ୍ ସିରିଜରେ କାମ କରିବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ଏକତା କପୁର ଓ ସନ୍ନି ଏକାଠି କାମ କରି ସାରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ