ଆର୍ଯ୍ୟପଲ୍ଲୀ ସମୁଦ୍ର କୁ ବୋଇତ ବନ୍ଦାଣ ମନା
ଛତ୍ରପୁର,(ଦେବଦତ୍ତ ମହାରଣା) : ଜିଲ୍ଲାରେ କରୋନା ପାଇଁ ପ୍ରତ୍ୟେକ ଜନସାଧାରଣ ମାସ୍କ ପରଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଏବଂ ବିନା କାରଣରେ ଘରୁ ନ ବାହାରିବା ସହ ହାତକୁ ବାରମ୍ବାର ଧୋଇବା ପାଇଁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ଥିବା ସତ୍ତ୍ୱେ ପ୍ରଶାସନ ପକ୍ଷୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି । ତେବେ ବିଶେଷ କରି ଗ୍ରାମାଞ୍ଚଳ ଲୋକେ କୋଭିଡ -୧୯ ସମ୍ପର୍କିତ କୈାଣସି ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି । ଯଦ୍ୱାରା ଶୀତ ଜନିତ ଲେଉଟାଣୀ ସଂକ୍ରମଣର ବ୍ୟାପକତାକୁ ଏଡାଇ ଦେଇ ହେବନାହିଁ ବୋଲି ଚର୍ଚ୍ଚା ଚାଲିଛି । ସମ୍ପ୍ରତ୍ତି କାର୍ତ୍ତିକ ମାସ ପଞ୍ଚୁକ ସୋମବାର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭୀଡର ଆଶଙ୍କା କରି ପ୍ରଶାସନ ଓ ପୋଲିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ଜଣାପଡିଛି ।ଗୋପାଳପୁର ଓ ସୋନାପୁର ବେଳାଭୂମି କୁ ପର୍ଯ୍ୟଟ୍ଟନଙ୍କ ପାଇଁ ନିଷେଧ କରାଯାଇଛି । ଏହି ବେଳାଭୂମିରେ ଗହଳି ନକରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି । ତେଣୁ ନଭେମ୍ବର ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବେଳାଭୂମି କୁ ବନ୍ଦ ରଖାଯାଇଛି । ବେଳାଭୂମି ବନ୍ଦ ରହିବା ଯୋଗୁଁ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ହୋଇପାରିବ ନାହିଁ ଗଂଜାମ ଜିଲ୍ଲାପାଳ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।ସୋମବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆର୍ଯ୍ୟପଲ୍ଲୀ ସମୁଦ୍ର ଅଂଚଳରେ ଲୋକମାନେ ଭୀଡ ଜମାଇ ବୋଇତ ବନ୍ଦାଣ କରିବାର ସମ୍ଭାବନା ରହିଥିବାରୁ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ ବଡ ଆର୍ଯ୍ୟପଲ୍ଲୀ ଓ ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ସହ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସମୁଦ୍ର ନିକଟରେ ଜନ ଗହଳି ନକରିବା ସକାଶେ ଆଲୋଚନା କରିଛନ୍ତି । ସୋମବାର ବୋଇତ ବନ୍ଦାଣ ଥିବାରୁ ଲୋକଙ୍କ ଜନସମାଗମ ହେଲେ କରୋନା ସଂକ୍ରମଣ ବୃଦ୍ଧି ହୋଇପାରେ ଏଣୁ ଆର୍ଯ୍ୟପଲ୍ଲୀ ସମୁଦ୍ର କୁ ଜନସମାଗମ ନକରିବା ନିମନ୍ତେ ପୋଲିସ ପକ୍ଷରୁ ସଚେତନତା କାରଯାଇଛି । ଏହାକୁ ତଦାରଖ କରିବା ନିମନ୍ତେ ଥାନାର ହୋମ ଗାର୍ଡ ଠାରୁ ଆରମ୍ଭ କରି ୩୫ରୁ ଉଦ୍ଦ୍ୱର୍ କର୍ମଚାରୀ ମାନେ ରବିବାର ରାତ୍ର ୨ଟାରୁ ସମୁଦ୍ର କୂଳ ଅଂଚଳରେ ପଇଁତରା ମାରିବେ ବୋଲି ସାମୁଦ୍ରିକ ଥାନା ଅଧିକାରୀ ସମିଷ୍ଠା ପ୍ରଧାନ ସୂଚନା ଦେଇଛନ୍ତି ।


