ଆହତ ଚାଳକ ମେଡିକାଲରେ ଭର୍ତ୍ତି

ଭଞ୍ଜନଗର,( ସନ୍ତୋଷ କୁମାର ଜେନା):ଗତକାଲି ସନ୍ଧ୍ୟା ୬ଟା ସମୟରେ ରାୟପୁର ରୁ ଏକ ୧୪ଚକିଆ ସିମେଣ୍ଟ ବୋଝେଇ ଟ୍ରକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଆସୁଥିବା ବେଳେ ଗଞ୍ଜାମ – କନ୍ଧମାଳ ଜିଲ୍ଲାର ସୀମାନ୍ତ କଳିଙ୍ଗା ଘାଟି ଶେଷରେ ଗାଡ଼ିର ଚକା ଫାଟି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାର ବାମ ପଟକୁ ଓଲଟି ପଡ଼ିଥିଲା । ଫଳରେ ଡ୍ରାଇଭର ମଧ୍ୟ- ପ୍ରଦେଶ ଟିକର ଅଞ୍ଚଳର ସୂଚାନ୍ତ ସାହୁ(୨୭) ଗୁରୁତର ଆହତ ହୋଇଥିଲେ । ତାଙ୍କର ଅଣ୍ଟା, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ତାକୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ