ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଜଗତସିଂହପୁର, (ଅନସୂୟା ରାଉତ):  ଜଗତସିଂହପୁର ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ରକ୍ତଭଣ୍ଡାରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ୩୪ପ୍ଯାକେଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସମ୍ବାଦ ଜିଲ୍ଲା ପ୍ରତିନିଧି ସୋମନାଥ ପରିଡା,ସାରାରାଜ୍ଯରେ ବିପଦରେ ପଡିଥିବା ରୋଗୀମାନଙ୍କୁ ନିଜ ଶରୀରରୁ ରକ୍ତ ଦାନ କରି ବଞ୍ଚେଇ ଥିବା ଜଗତସିଂହପୁର ଜିଲ୍ଲାର ଯୋଦ୍ଧା ଆଖ୍ୟା ପାଇଥିବା ଶ୍ରୀ ଆଲୋକ ରଞ୍ଜନ ଦାସ ଓ ଆଦିତ୍ଯ ପ୍ରସାଦ ବଡୁଙ୍କ ତତ୍ତ୍ବାବଧାନରେ ଆଜିର ଏହି ଶିବିର ସଫଳହୋଇଥିଲା । ପ୍ରକାଶ ଥାଉକି ଜଗତସିଂହପୁର ଜିଲ୍ଲାରେ ଅନେକ ଥାଲାସେମିଆ ରୋଗୀ ମାସିକ ଦୁଇ ଥର ରକ୍ତ ନେଇ ଥାନ୍ତି । ତତ୍ ସହିତ ଦୁର୍ଘଟଣା ଜନୀତ ଜରୁରୀ ରୋଗୀ ଓ ପ୍ରସବ ସମୟରେ ରକ୍ତ ହୀନତା ମହିଳା ମାନେ ଏହି ରକ୍ତଭଣ୍ଡାରରୁ ରକ୍ତ ନେଇ ଥାନ୍ତି । ଆମ ଜିଲ୍ଲାର କୌଣସି ରୋଗୀ ରକ୍ତ ପାଇଁ କଷ୍ଟପାଆନ୍ତୁ ନାହିଁ ବୋଲି ଆଜିର ଶିବିରର ମୁଖ୍ୟ ଆଭିମୁଖ୍ୟ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ