ଘର ଭିତରୁ ମହିଳା ଙ୍କ ମୃତଦେହ ଜବତ ; ସ୍ଵାମୀ ଥାନାରେ ଅଟକ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ମେନ୍ ରୋଡ କାନରା ବ୍ୟାଙ୍କ ସମ୍ମୁଖରେ ଥିବା ଏକ ଘର ଭିତରେ ଜଣେ ବିବାହିତା ମହିଳା  ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଦିଗପହଣ୍ଡି ପୋଲିସ ରବିବାର ରାତି ପ୍ରାୟ ସାଢେ଼ ୮ ଟା ରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି । ମୃତକ ଜଣକ ହେଲେ  ଲାଡି ଗାଁ ର ଚିତ୍ତରଞ୍ଜନ ସେଠୀ ଙ୍କ ପତ୍ନୀ ସୁଜାତା ସେଠୀ । ପୋଲିସ ସ୍ଵାମୀ ଚିତ୍ତରଞ୍ଜନ ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି । ଲାଡ଼ି ଗାଁ ର ସହଦେବ ସେଠୀ ଙ୍କ ପୁତ୍ର ଚିତ୍ତରଞ୍ଜନ ୨୦୧୭ ରେ ସେହି ଗାଁ ର ସନ୍ତୋଷ ସେଠୀ ଙ୍କ କନ୍ୟା ସୁଜାତା ଙ୍କୁ ଭଲପାଇ ବିବାହ କରିଥିଲେ । ବିବାହ ପରଠାରୁ ସୁଜାତା ଙ୍କୁ ଶ୍ବଶୁର ଘର ଲୋକେ ଅଧିକା ଯୌତୁକ ପାଇଁ ସଦାସର୍ବଦା ନିର୍ଯ୍ୟାତନା  ଦେଉଥିଲେ ବୋଲି ସୁଜାତାଙ୍କ ବାପା ସନ୍ତୋଷ ପୋଲିସ ନିକଟରେ ବୟାନ ଦେଇଛନ୍ତି । ସୁଜାତା ପ୍ରାୟ ୮ ମାସର ଅନ୍ତଃସ୍ଵତ୍ତା ଥିଲେ । ରବିବାର ସନ୍ଧ୍ୟାରେ ସ୍ବାମୀ ସ୍ତ୍ରୀ ଙ୍କ କୌଣସି କାରଣରୁ  ପାଟି ତୁଣ୍ଡ ହୋଇଥିଲା ବୋଲି ସାହି ପଡିଶା ଲୋକେ ପୋଲିସ କୁ କହିଛନ୍ତି ।  କୌଣସି କାରଣରୁ ସୁଜାତା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଶ୍ବଶୁର ଘର ଲୋକେ ପୋଲିସ କୁ କହିଥିବା ବେଳେ ସୁଜାତା ଙ୍କୁ ସ୍ଵାମୀ ଓ ଶ୍ୱଶୁର ଘର ଲୋକେ ସୁପରିକଳ୍ପିତ ଭାବେ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।ସୋମବାର ସକାଳେ ଜବତ ମୃତଦେହ କୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ଡ଼ାକ୍ତରଖାନା କୁ ପଠାଯିବ ବୋଲି ପୋଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ