ଅଖିଳ ଭାରତ କ୍ଷେତ ମଜଦୂର କିଷାନ ସଂଘ ତରଫରୁ ଏକ ବିଶାଳ ଗଣବିକ୍ଷୋଭ
ଭଞ୍ଜନଗର ସହରରେ ଚାଷୀ ମୁଲିଆ ଭାରତ ଅଖିଳ ଭାରତ କ୍ଷେତ ମଜଦୁର ମୁଲିଆ ଅଖିଳ ଭାରତ ମଜଦୁର କିଷାନ ସଂଘ ତରଫରୁ ଏକ ବିଶାଳ ଗଣ ବିକ୍ଷୋଭ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର,ଧରାକୋଟ, ସୋରଡା,ଆସିକା,ବେଲଗୁଣ୍ଠା,ବୁଗୁଡ଼ା ଏବଂ ଶେରଗଡ଼ ବ୍ଲକ୍ ରୁ ବହୁ ଗରିବ ଶ୍ରେଣୀ ପକ୍ଷରୁ ବିଶାଳ ପଦଯାତ୍ରା ଭଞ୍ଜନଗର ସହର ସାରା ପରିକ୍ରମା କରିଥିଲା । ଭୂମି ହୀନ ଦଳିତ ଆଦିବାସୀ ପରିବାର କୁ ଜମି ଦେବା,ସିଲିଂ ଜମି ପଟ୍ଟା ର ନବୀକରଣ କରିବା,ଘର ଡିହ ହୀନ ପରିବାର କୁ ପଟ୍ଟା ଦେବା,ରାସନ୍ କାର୍ଡ ରୁ ବଞ୍ଚିତ ହିତାଧିକାରୀ ଙ୍କୁ ରାସନ୍ କାର୍ଡ ଯୋଗାଇ ଦେବା ସହ ଗ୍ରାମ କୁ ପକ୍କା ସଡ଼କ ଏବଂ ପିଇବା ପାଣି ଯୋଗାଇଦେବା ଦାବି ନେଇ ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ କରିଛି ସଂଘ।ଗରିବ ଆଦିବାସୀ ଙ୍କୁ ସରକାର ଅଣଦେଖା କରିବା ସହିତ ମୌଳିକ ସୁବିଧା ରୁ ବଞ୍ଚିତ ହେଉଥିବା କହିଛନ୍ତି ଚାଷୀ ମୂଲିଆ ସଂଘ ର ସଭାପତି ଏବଂ ଆଦିବାସୀ ନେତା।


