କରୋନା ପାଇଁ ଫିକା ପଡ଼ିଲା ବୋଇତ ବନ୍ଦାଣ : ଦେବାଳୟ ବନ୍ଦ କଲା ପ୍ରଶାସନ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ଆଜି କାର୍ତିକ ପୁର୍ଣ୍ଣିମା । କାର୍ତିକ ପୁର୍ଣ୍ଣିମା ହିନ୍ଦୁ ପରମ୍ପରାର ଏକ ବିଶେଷ ପର୍ବ ଅଟେ । ଏହି ପୁର୍ଣ୍ଣିମା ହିନ୍ଦୁ ମାନଙ୍କର ଏକ ଧର୍ମ ମାସ ଭାବେ ଗଣନା କରାଯାଏ । କରୋନା ପାଇଁ ଫିକା ପଡ଼ିଛି ପରମ୍ପରାର ପାଳନ । ବିଭିନ୍ନ ଜଳାଶୟ, ପୁଷ୍କରିଣୀ ଓ ନଦୀରେ ଡ଼ଙ୍ଗା ଭସାଇବା ଉପରେ ଲାଗିଛି କଟକଣା । ସରକାରଙ୍କ ଗାଇଡ଼ ଲାଇନ ଓ କରୋନା ମୁକାବିଲାକୁ ସହଯୋଗ କରିବା ପାଇଁ ରବିବାର ଏ ନେଇ ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ପୌରବାସୀଙ୍କୁ ପରାମର୍ଶ ଦିଆଯିବା ସହ ଡ଼ାକବାଜି ଯନ୍ତ୍ର ସହାର୍ଯ୍ୟରେ ସଚେତନ କରାଯାଇଥିଲା । ସୋମବାର ଭୋରରୁ ହିଞ୍ଜିଳିକାଟୁ ପୁଲିସ, ତହସିଲ ଓ ପୌର ପ୍ରଶାସନ ପକ୍ଷରୁ ଏନଫୋର୍ସମେଂଟ ଟିମ୍ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବିଭିନ୍ନ ଜଳାଶୟ, ପୁଷ୍କରିଣୀ ଓ ନଦୀ ନିକଟରେ ଉପସ୍ଥିତ ରହି ଡ଼ଙ୍ଗା ଭସାଣ ଉପରେ ରୋକ୍ ଲଗାଇଥିଲେ । ପରେ ବିଭିନ୍ନ ମନ୍ଦିର ଗୁଡ଼ିକ ବନ୍ଦ କରାଯିବା ସହ ପୂଜାର୍ଚ୍ଚନା ଓ ଦିଅଁ ଦର୍ଶନରୁ ଭକ୍ତଙ୍କୁ ବଂଚିତ କରିଥିଲେ ।


