ଶୋକର ଛାୟାରେ ଦାମ ନିବାସ

ବିଜେପି ନେତା ତଥା ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପତ୍ନୀ ସେହ୍ନଲତା ମହାପାତ୍ରଙ୍କ ବିୟୋଗ ଘଟିଯାଇଛି। ସେ ଆଜି ସକାଳେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାଯାଇଛି । ସେହ୍ନଲତା ମହାପାତ୍ର ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ବିୟୋଗ ଖବରପାଇ ବହୁ ରାଜନେତା ଡାକ୍ତର ଦାମୋଦର ରାଉତଙ୍କ ବାସଭବନରେ ପହଞ୍ଚିଥିବା ଜଣାଯାଇଛି ।
ତେବେ ଦାମଙ୍କ ପତ୍ନୀ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ତାଙ୍କର ଚିକିତ୍ସା ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ କରାଯାଉଥିଲା । ପାଖାପାଖି ୨ ମାସରୁ ଅଧିକ ସମୟ ହେବ ସେ ଚିକିତ୍ସିତ ହେଉଥିଲେ । ହେଲେ ଆଜି ସକାଳେ ହିଁ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ