ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ବୈଠକ
ଛତ୍ରପୁର ( ଯୁଗାବ୍ଦ ନ୍ୟୁଜ ) : ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ( ଲକ୍ଷ୍ମୀକାନ୍ତ ସେଠୀ ,ତହସିଲଦାର ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟାଳୟ ଠାରୁ ବ୍ଲକ ପର୍ଯ୍ୟନ୍ତ କଣ୍ଟୋଲ ରୁମ ରହିବ ବୋଲି କହିଛନ୍ତି ।ଜିଲ୍ଲାର ସମସ୍ତ ସ୍ଥାନରେ ପାଣିପ୍ରତି ଗୁରୁତ୍ୱ ଦିଆଯିବ ।ଶିକ୍ଷାନୁଷ୍ଠାନ ଗୁଡିକର ସମୟ ପରିବର୍ତ୍ତପନ ମଧ୍ୟ କରାଯିବ । ଦିନ ମଜୁରିଆ ମାନଙ୍କୁ ପୂର୍ବାହ୍ନ ୧୧ ଟା ଠାର ୁଅପରାହ୍ନ ୩ ଟା ପର୍ଯ୍ୟନ୍ତ କୈାଣସି କାର୍ଯ୍ୟ କରିବାକୁ ବାରଣ କରାଯିବ । ଜିଲ୍ଲାର ସମସ୍ତ ଅଞ୍ଚଳରେ ଡାକ୍ତର ସୁବିଧା ର ବ୍ୟବସ୍ଥା କରାଯିବ । ପଶୁପକ୍ଷୀଙ୍କ ପାଇଁ ଗ୍ରାମ ପଞ୍ଚାୟତ ଗୁଡିକରେ ପୋଖରୀ ନାଳ ନିର୍ମାଣ କରାଯିବ । ବିଭିନ୍ନ ସ୍ଥାନରେ ଜଳଛତ୍ର ର ବ୍ୟବସ୍ତା କରାଯିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ବସ ଓ ସିନେମା ହଲ ଗୁଡିକର ସମୟ ପରିବର୍ତ୍ତନ କରାଯିବ ଯାହା ଫଳରେ ରୁଦ୍ର ତାପରୁ ଲୋକମାନଙ୍କୁ ରକ୍ଷାକରାଯାଇପାରିବ ।ସାଉଥ କୋ କୁ ଅବିରତ ବିଜୁଳି ପ୍ରଦାନ ଯୋଗାଣ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।ଜିଲ୍ଲା ସ୍ଥରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ୨୦୧୯ ପ୍ରସ୍ତୁତ କରାଯିବ ।


