ତାପ୍ସୀଙ୍କୁ ନେଇ ଏଭଳି ଇଚ୍ଛା ଜାହିର କଲେ ଅମିତାଭ ବଚ୍ଚନ
ବିଭିନ୍ନ କାହାଣୀକୁ ନେଇ ଫିଲ୍ମ କରି ସାରିଥିବା ବିଗ୍ ବି ଅମିତାଭ ବଚ୍ଚନ “ବଦ୍ଲା’ କୁ ନେଇ ଖୁବ୍ ଖୁସି ଅଛନ୍ତି । ବଦ୍ଲା ଭଳି ଫିଲ୍ମରେ କାମ କରିବାର ସୁଯୋଗ ପାଇ ସେ ଖୁସି ବୋଲି କହିଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥିବା ଅଭିନେତ୍ରୀ ତାପ୍ସୀ ପନ୍ନୁଙ୍କ ପ୍ରଶଂସା କରି ଅମିତାଭ ବଚ୍ଚନ ତାଙ୍କୁ ଜଣେ କୁଶଳୀ କଳାକାର ବୋଲି କହିଥିବା ବେଳେ ଆଗକୁ ତାଙ୍କ ସହ ଫିଲ୍ମ କରିବାର ସୁଯୋଗ ପାଇଲେ ସେ ଖୁସି ହେବେ ବୋଲି ଜଣାଇଛନ୍ତି । ବିଗ୍ ବିଙ୍କ କହିବା ଅନୁଯାୟୀ, “ବଦ୍ଲା’ ଭଳି ରହସ୍ୟମୟ ଫିଲ୍ମରେ କାମ କରି ମୁଁ ବହୁତ ଖୁସି । ଏହାକୁ ରାମାଞ୍ଚକ ଏବଂ ଆକର୍ଷକ କରିବାରେ ସବୁଠାରୁ ବଡ଼ ହାତ ନିର୍ଦ୍ଦେଶକ ସୁଜୟ ଘୋଷଙ୍କୁ ଯିବା ଦରକାର । ଏହି ଫିଲ୍ମରେ ମୋ ସହ କାମ କରିଥିବା ଅଭିନେତ୍ରୀ ତାପ୍ସୀ ଜଣେ କୁଶଳୀ କଳାକାର । ତାଙ୍କ ସହ ପୁଣି ଥରେ କାମ କଲେ ମୁଁ ବହୁତ ଖୁସି ହେବି


