ପୋଲସରାରେ ଭାରତ ବନ୍ଦକୁ ସମର୍ଥନ

ପୋଲସରା,(ଅନିଲ କୁମାର ମହାରଣା): କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର କୃଷକ ବିରୋଧୀ ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଡାକରା ଦିଆ ଯାଇଥିବା ଆଜିର ଭାରତ ବନ୍ଦକୁ ପୋଲସରା ରେ ସମର୍ଥନ କରାଯାଇଛି। ଭାରତ ବନ୍ଦକୁ ସମର୍ଥନ କରି ସ୍ଥାନୀୟ ବିଭିନ୍ନ ଗଣ ସଂଗଠନ ତରଫରୁ ବସ ଷ୍ଟାଣ୍ଡ ଠାରେ ପିକେଟିଂ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର ସଭାପତି ଦଣ୍ଡପାଣି ସାମଲ , ଅଖିଳ ଭାରତ ଯୁବକ ସଂଘର ରାଜ୍ୟ ସଭାପତି ପ୍ରଦୀପ ସେଠୀ , ଭାରତୀୟ କ୍ଷେତ ମଜଦୁର ୟୁନିୟନ ନେତା ହରି ହର ପାତ୍ର , କୃଷକ ନେତା ଦୁର୍ଯୋଧନ ରାଉତ , ନିର୍ମାଣ ଶ୍ରମିକ ନେତା ଗଣପତି ସାହୁ , ବିଜୟ ସାମନ୍ତରା , କାଳୁ ଚରଣ ସ୍ୱାଇଁ , ଉତ୍କଳ ମହିଳା ସମିତି ନେତ୍ରୀ ଲକ୍ଷ୍ମୀ ପାତ୍ର , ସିମା ପାତ୍ର , ରୁନୁ ସେଠୀ , ଜୟନ୍ତୀ ପ୍ରଧାନ , ଅନିତା ନାହାକ ଏବଂ ଛାତ୍ର ନେତା ଅକ୍ଷୟ ଭୂୟାଁ ଓ ସୁରଭି ବେହେରାଙ୍କ ନେତୃତ୍ବରେ ରେ ସ୍ଥାନୀୟ ବସ ଷ୍ଟାଣ୍ଡ ରେ ପିକେଟିଂ କରା ଯାଇଥିଲା। ଏହି ଅବସରରେ ଦଣ୍ଡପାଣି ସାମଲ , ପ୍ରଦୀପ ସେଠୀ ଓ ହରି ହର ପାତ୍ର ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ର ସରକାର ର କୃଷକ ଓ ଶ୍ରମିକ ମାରଣ ନିତି ର ତୀବ୍ର ସମାଲୋଚନା କରିବା ସହ କୃଷକ ବିରୋଧୀ ଆଇନ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଥିଲେ। ଏଥି ସହିତ ଦିଲ୍ଲୀରେ ଆନ୍ଦୋଳନ ରତ କୃଷକ ମାନଙ୍କ ଦାବି ପ୍ରତି ସମର୍ଥନ ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ