ନେହେରୁ ଯୁବକେନ୍ଦ୍ର ତରଫରୁ ଯୁବ ସଂଗଠନ ଉନ୍ନୟନ କାର୍ଯ୍ୟକ୍ରମ
ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଦେଶର ପ୍ରଗତି ଯୁବକ ମାନଙ୍କ ହାତରେ I ତେଣୁ ବିଭିନ୍ନ ଗ୍ରାମାଞ୍ଚଳର ଯୁବ ଗୋଷ୍ଠୀଙ୍କୁ ଏକତ୍ର କରି ସେମାନଙ୍କ ମନୋବଳକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡ଼ିଛି ନେହେରୁ ଯୁବ କେନ୍ଦ୍ର I ଆଜି ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଳା ନେହେରୁ ଯୁବ କେନ୍ଦ୍ର ତରଫରୁ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ବିଞ୍ଝଗିରୀ ଗ୍ରାମଠାରେ ଏକ ଯୁବ ସଂଗଠନ ଉନ୍ନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ଗାଆଁର ବିକାଶ କ୍ଷେତ୍ରରେ ଯୁବକ ମାନଙ୍କ ଭୂମିକା ବିଷୟରେ ଆଲୋଚନା କରାଯିବା ସହ ନୂତନ ଯୁବକ ସଂଘ ଗଠନ ଓ ପଞ୍ଜିକରଣ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ସ୍ଵେଚ୍ଛାସେବୀ ଦୀପ୍ତିମୟି ବେହେରାଙ୍କ ସମେତ ଗ୍ରାମର ବହୁ ଯୁବକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ I


