କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ରାଇକିଆ ଗସ୍ତ ୧୨ଟି ବ୍ଲକ୍‌ର ୨୦ଟି ଦଳକୁ ପ୍ରଦାନ କଲେ ନେଟ୍‌ ଓ ବଲ୍‌

ରାଇକିଆ, (ଓ୍ବାଇଏନ୍ଏସ୍):କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ବୁଧବାର ରାଇକିଆ ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି। କଟାପାଲି ସ୍ଥିତ ସ୍ୱସ୍ତିକ୍ କଲ୍ୟାଣ ମଣ୍ଡପ ,ଥାନା ସମ୍ମୁଖରେ ମିନିପାର୍କ, ସେଣ୍ଟ କ୍ୟାଥରିନ୍ ବାଳିକା ବିଦ୍ୟାଳୟର ଡ଼ାଇନିଂ ହଲ୍, ତଗାକିଆ ଠାରେ ଗୋଷ୍ଠି ଗୃହ ଓ ଅଙ୍ଗନୱାଡ଼ି ଗୃହ, ଗୁମାମାହା ଏବଂ ସୁଗୁଡ଼ାବାଡ଼ି ଠାରେ ଲାଇବ୍ରେରି ହଲ୍, ମୁରୁଡ଼ିକୁପୁଡ଼ା ଠାରେ ଅଙ୍ଗନୱାଡ଼ି ଗୃହ ଉଦ୍‌ଘାଟନ କରିଥିଲେ। ଏଥି ସହିତ ଜିଲାର ୧୨ଟି ବ୍ଳକର ୨୦ଟି ଭଲିବଲ୍ ଦଳକୁ ନେଟ୍ ଓ ବଲ୍ ପ୍ରଦାନ କରିଥିଲେ।ଏହି ଅବସରରେ ସର୍ବ ଭାରତୀୟ ଭଲିବଲ୍ ଫେଡ଼େରେସନ୍ ସଭାପତି ଭାବେ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ମନୋନୀତ କରାଯାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ରାଇକିଆ ନାଗରିକ ମଞ୍ଚ ପକ୍ଷରୁ ରାଇକିଆ କଲେଜରେ ଯୁକ୍ତ ତିନି ବିଜ୍ଞାନ ଆରମ୍ଭ କରିବା ପାଇଁ ଦାବି କରାଯାଇଥିବା ବେଳେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଇକିଆ ସହରକୁ ଏନ୍ଏସି ଘୋଷଣା ପାଇଁ ଦାବିପତ୍ର କନ୍ଧମାଳ ସାଂସଦ ଶ୍ରୀ ସାମନ୍ତଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲା ପରିଷଦ ସଭାନେତ୍ରୀ ଆକାଂକ୍ଷା ପ୍ରଧାନ, ଜିଲା କ୍ରୀଡ଼ା ସଂସଦ ସଂପାଦକ ଶିବ ପ୍ରସାଦ ତ୍ରିପାଠୀ, ଜିଲା ବିଜେଡ଼ି ସଂଖ୍ୟାଲଘୁ ସେଲ୍ ସଭାପତି ଜୟାନନ୍ଦ୍ ନାୟକ, ସାଂସଦ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହୀ ଓ ଜିଲା ପରିଷଦ ସଭ୍ୟ ମୃତ୍ୟୁଞ୍ଜୟ ପାତ୍ର, ବ୍ଳକ ବିଜେଡ଼ି ସଭାପତି ରାଜ ମୋହନ ଦିଗାଲ ଓ ଅନ୍ୟମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ