ପୂର୍ବତନ ସି.ଡି.ଏମ.ଓଙ୍କ ଏକାଦଶାହ କ୍ରିୟା ଅନୁଷ୍ଠିତ
ଯାଜପୁର,(ୱାଇଏନ୍ଏସ୍): ଯାଜପୁର ପୂର୍ବତନ CDMO ତଥା ବରିଷ୍ଠ ଚିକିତ୍ସକ ଡଃ ରମେଶ ଚନ୍ଦ୍ର ସାହୁଙ୍କ ଏକାଦଶାହ କ୍ରିୟାରେ ଯୋଗଦେଇ ତାଙ୍କ ଅମର ଆତ୍ମାର ସଦଗତି କାମନାକରିଥିଲେ ଯୁବନେତା ତଥା ସମାଜସେବୀ ଦିଲ୍ଲିପ ଧିର ସାମନ୍ତ, ଛାତ୍ର ବିଜେଡ଼ି ରାଜ୍ୟ ସମ୍ପାଦକ ଦିବ୍ୟବ୍ରତ ମହାନ୍ତି, ଛାତ୍ରନେତା ଦେବବ୍ରତ ମହାପାତ୍ର, ଛାତ୍ରନେତା ପ୍ରତିକ୍ଷ୍ ନନ୍ଦ। ଡଃ ସାହୁ ଚିକିତ୍ସା କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିଛନ୍ତି ସବୁଦିନ ପାଇଁ ସେ ଲୋକମାନଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିବେ।