ଭୁଶୁଡ଼ିଲା ବିଦ୍ୟାଳୟ ପାଚେରୀ

ବରୀ,(ଚୈତନ୍ୟ ଜେନା) : ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ସହ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଦେଖିବାକୁ ମିଳିଛି। ଏହି ବନ୍ୟା ପ୍ରଭାବ ଓ ଜଳବନ୍ଦୀ ସମସ୍ୟା କାରଣରୁ ବାଲିବିଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁରକ୍ଷା ପାଚେରୀ ଭୁଶୁଡ଼ି ପଡିଛି। ପାଚେରୀଟି ଦୁର୍ବଳ ହୋଇ ଭାଙ୍ଗିଯିବା ଫଳରେ ଏବେ ବିଦ୍ୟାଳୟର ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପନ୍ନ ହୋଇପଡିଛି। ପ୍ରକାଶ ଥାଉ କି ବିଗତ ଦିନରେ ବିଦ୍ୟାଳୟରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥାର ଅଭାବ କାରଣରୁ ବିଗତ ଦିନରେ ଏଠାରୁ ଏକ ପାଣି ମୋଟର ମଧ୍ୟ ଚୋରି ହୋଇଥିଲା। ପୂର୍ବରୁ ଚୋରି ହୋଇଥିବା ବେଳେ ବର୍ତ୍ତମାନ ପାଚେରୀ ଭୁଶୁଡି ପଡିବା ଫଳରେ ସ୍କୁଲ୍ ପରିସର ଆହୁରି ଅସୁରକ୍ଷିତ ହୋଇପଡିଛି। ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିମାନେ ଆଗକୁ ମଧ୍ୟ ବିଦ୍ୟାଳୟର ଅନ୍ୟାନ୍ୟ ମୂଲ୍ୟବାନ ଆସବାବପତ୍ର ଓ ସାମଗ୍ରୀ ଚୋରି କରିବାର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ ତଥା ସ୍କୁଲ୍ ସମ୍ପତ୍ତିର ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଓ ଶିକ୍ଷା ବିଭାଗ ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ ଓ ଯଥାଶୀଘ୍ର ଭାଙ୍ଗି ପଡିଥିବା ସ୍କୁଲ ପାଚେରୀର ନୂତନ ନିର୍ମାଣ କରିବା ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଏବଂ ଅଭିଭାବକମାନଙ୍କ ପକ୍ଷରୁ ଦୃଢ଼ ଦାବି କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ