ବାଇକ ପୋଡିଦେବା ଘଟଣାରେ ଦୁଇ ଗିରଫ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ଘୋଡ଼ାପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଇକ ପୋଡ଼ି ଦେଇଥିବା ଘଟଣାରେ ସେହି ଗ୍ରାମର ଦୁଇଜଣ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡ଼ିଛିଯେ ଘୋଡାପଡ଼ାର ଗଣେଶ ଗୌଡ଼ ଭୁବନେଶ୍ୱରରେ ରହୁଥିବା ନିଜ ଭାଇ କାର୍ତ୍ତିକ ଗୌଡ଼ଙ୍କ ବାଇକ ରେଜିଷ୍ଟ୍ରେସନ ନମ୍ବର ଓଡ଼ି ୩୩ ଜେଡ ୩୭୭୦ କୁ ଧରି ନିଜ ଗ୍ରାମକୁ ଆସିଥିଲେ। ଗତ ୦୪/୧୨/୨୦୨୦ ତାରିଖ ଦିନ ବାଇକଟି ଘର ଆଗରେ ବାହାରେ ରଖିଥିଲେ। ରାତ୍ର ପ୍ରାୟ ୧୧ ଟାରେ ବାଇକରେ ନିଆଁ ଲାଗି ଜଳୁଥିବା ବେଳେ କିଛି ଦୂରରେ ପ୍ରଦୀପ ନାହାକ, ବାବୁ ଗୌଡ଼ ପ୍ରଭୃତି ଛିଡା ହୋଇଥିବା ଗଣେଶ ଦେଖିଥିଲେ। ପ୍ରଦୀପ ଓ ବାବୁ ସହ ଗଣେଶଙ୍କ ପୂର୍ବରୁ ଶତ୍ରୁତା ଲାଗିରହିଥିବା ବେଳେ ସେମାନେହିଁ ବାଇକଟି ପୋଡ଼ି ଦେଇଥିବା ସନ୍ଦେହ କରି ବାଲିପଦର ଫାଣ୍ଡିରେ ଗଣେଶ ଗୌଡ଼ ଅଭିଯୋଗ କରିଥିଲେ। ଏନେଇ ବୁଗୁଡା ଥାନା କେଶ ନଂ ୩୭୧/୨୦ ପ୍ରକାରେ ଏକ ମାମଲା ପଞ୍ଜୀକୃତ ହୋଇଥିଲା। ବାଲିପଦର ଓଆଇସି ନିରଞ୍ଜନ ଦାଶ ଘଟଣା ଅନୁସନ୍ଧାନ କରି ପ୍ରଦୀପ ନାହାକ ଓ ବାବୁ ଗୌଡ଼ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ