ହାଟଡିହିର ଦୁଇଟି କେନ୍ଦ୍ରରେ ଜାତୀୟ ମେଧାବୃତ୍ତି ପରୀକ୍ଷା

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକର ଦୁଇଟି ପରୀକ୍ଷାକେନ୍ଦ୍ରରେ ଜାତୀୟ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୫୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ହାଟଡିହି ହାଇସ୍କୁଲରେ ଅନୁଷ୍ଠିତ ପରୀକ୍ଷା କେନ୍ଦ୍ରରେ ୧୩୪ଜଣ ପରୀକ୍ଷା ଦେବାକୁ ଥିବାବେଳେ ୧୧୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । କେନ୍ଦ୍ର ଅଧିକ୍ଷକ ପ୍ରଧାନ ଶିକ୍ଷକ ଶିଶିର କୁମାର କର, ଉପ ଅଧିକ୍ଷକ ବରିଷ୍ଠ ଶିକ୍ଷକ ପରମାନନ୍ଦ ପରିଡା, ଶିକ୍ଷୟତ୍ରୀ ମାନସୀ ସାହୁ, ଲୀଳାବତୀ ଜେନା, ତୃପ୍ତୀମୟୀ ଜେନା, ପ୍ରମୋଦ କୁମାର ବେହେରା, ସଦାଶିବ ଚକ୍ର, ସଞ୍ଜୟ କୁମାର ପାତ୍ର ପ୍ରମୁଖ କୋଭିଡ ନିୟମ ମୁତାବକ ପରୀକ୍ଷା ପରିଚାଳନା କରିଥିଲେ । ଶିକ୍ଷାକର୍ମୀ କବି ପ୍ରସାଦ ରାଉତ, ଭାସ୍କର ଚନ୍ଦ୍ର ଜେନା, ହରିପଦ ଭଟ୍ଟ, ତାପସ କୁମାର ନାୟକ ପରିଚାଳନାରେ ସହଯୋଗ କରିଥିଲେ । ପରୀକ୍ଷାର୍ôଥ ମାନଙ୍କୁ ସମାଜିକ ଦୁରତାରେ ବସାଯାଇଥିବାବେଳେ ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧି ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଥିଲା । ସେହିପରି ବରାହୀ ହାଇସ୍କୁଲ ବଞ୍ଚୋ ଠାରେ ନଅୁଷ୍ଠିତ ପରୀକ୍ଷାକେନ୍ଦ୍ରରୋ ୧୩୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୪ଜଣ ପରୀକ୍ଷା ଦେଇଥିଲେ । କେନ୍ଦ୍ର ଅଧିକ୍ଷକ ଭାବେ ପ୍ରଧାନ ଶିକ୍ଷୟତ୍ରୀ ଆଲାମଣି ସେଠୀ,ଉପ ଅଧିକ୍ଷକ ବିଧୁଭୁଷଣ ପୁହାଣଙ୍କ ତତ୍ୱାବଧାନରେ ଶିକ୍ଷକ ମାର୍କଣ୍ଡ ଚରଣ ପଣ୍ଡା, ମହେନ୍ଦ୍ର କୁମାର ଜେନା, ଅଜୟ କୁମାର ପଟ୍ଟନାୟକ, ଅବକାଶ ଜେନା, ପ୍ରୟାଶ ପ୍ରଧାନ, ଜୟଲକ୍ଷ୍ମୀ ମିଶ୍ର, ସୁଚିସ୍ମିତା ରାଉତ, ଜ୍ୟୋତ୍ସ୍ନାମୟୀ ଭଞ୍ଜ, ପରୀକ୍ଷା ପରିଚାଳନା କରିଥିବାବେଳେ ଶିକ୍ଷା କର୍ମଚାରୀ ପୁର୍ଣ୍ଣଚନ୍ଦ୍ର ପୃଷ୍ଟି, ଫକିର ଚରଣ ସାମଲ, ଶମ୍ବୁନାଥ ଗିରି ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ