ନୀରବ ମୋଦି ଙ୍କ ବ୍ୟୟବହୁଳ କାର କୁ ଜବତ କଲା ମୁମ୍ବାଇସ୍ଥିତ ପ୍ରିଭେନ୍ସନ ଅଫ୍ ମନିଲଣ୍ଡରିଂ ଆକ୍ଟ(ପିଏମ୍ଏଲ୍ଏ) ଅଦାଲତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)
ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି)ମହାଠକେଇ ମାମଲାରେ ଲଣ୍ଡନରେ ଗିରଫ ହୋଇଛନ୍ତି ହୀରା ବ୍ୟବସାୟୀ ନୀରବ ମୋଦି। ଅନ୍ୟପକ୍ଷରେ ଭାରତରେ ଥିବା ତାଙ୍କର ସମ୍ପତ୍ତି ବିକ୍ରି କରିବା ଲାଗି ଏବେ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ମୁମ୍ବାଇସ୍ଥିତ ପ୍ରିଭେନ୍ସନ ଅଫ୍ ମନିଲଣ୍ଡରିଂ ଆକ୍ଟ(ପିଏମ୍ଏଲ୍ଏ) ଅଦାଲତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଙ୍କୁ ନୀରବଙ୍କ ମହଙ୍ଗା କାର୍ ଓ ପେଣ୍ଟିଙ୍ଗ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି। ଅଦାଲତ ହୀରା ବ୍ୟବସାୟୀଙ୍କ ସ୍ତ୍ରୀ ଆମି ମୋଦିଙ୍କ ବିରୋଧରେ ମଧ୍ୟ ଜାମିନବିହୀନ ଗିରଫ ପରଓ୍ବାନା(ଏନ୍ବିଡବ୍ଲ୍ୟୁ) ଜାରି କରିଛନ୍ତି। ଇଡି ସୂତ୍ରରୁ କୁହାଯାଇଛି ଯେ, ମୋଦିଙ୍କ ୧୭୩ ମହଙ୍ଗା ପେଣ୍ଟିଙ୍ଗ ଓ ୧୧ ଲକ୍ଜରୀ କାର୍କୁ ବିକ୍ରି କରାଯିବ। ନୀଲାମ ମାଧ୍ୟମରେ ଏହା ବିକ୍ରି ହେବ। ସୂଚନାଥାଉ କି, ନୀରବ ଓ ମାମୁ ମେହୁଲ ଚୋକ୍ସିଙ୍କ ଅଦ୍ୟାବଧି ମୋଟ ୪,୭୬୫ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ନିକଟରେ ତାଙ୍କର ଏକ ବେଆଇନ ଭାବେ ନିର୍ମିତ ବଙ୍ଗଳାକୁ ବିସ୍ଫୋରକ ସହାୟତାରେ ଉଡାଇ ଦିଆଯାଇଥିଲା


