ସେଲ୍‌ଫି ହେଲା କାଳ;ଟ୍ରେନ୍ ସହ ଜଳିଗଲେ ଛାତ୍ର,୩ ଅଳ୍ପକେ ବର୍ତ୍ତିଲେ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) :ପାରଳାଖେମୁଣ୍ଡି ସହରରେ ବୁଧବାର ସଂଧ୍ୟାରେ ଏକ ଦୁଃଖଦ ଓ ମର୍ମାହତ ଘଟଣା ସମଗ୍ର ଗଜପତି ଜିଲ୍ଲାବାସୀଙ୍କ ଠାରେ ଉଦ୍‌ବେଗ ଓ ଆଲୋଡନ ସୃଷ୍ଟି କରିଛି । ସେଲ୍‌ଫି ନବାର ମଜା ଯୋଗୁଁ ଜଣେ ଛାତ୍ର ଜୀବନ୍ତ ଦଗ୍ଧ ହେବା ସହ ଟ୍ରେନ୍‌ର ୨ଟି ବଗି ପୋଡି ଯାଇଛି । ଏହି ଘଟଣାରେ ଅନ୍ୟ ୩ଜଣ ଛାତ୍ର ଅଳ୍ପକେ ବର୍ତ୍ତି ଯାଇଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ପାରଳା ରେଳ ଷ୍ଟେସନରେ ଅଟକି ରହିଥିବା ଏକ ଟ୍ରେନ୍ ଉପରେ ଗତକାଲି ସଂଧ୍ୟାରେ ୪ ଜଣ ଛାତ୍ର ଚଢି ସେଲ୍‌ଫି ଉଠାଉ ଥିଲେ । ଏହି ସମୟରେ ପାରଳା ସହରର ୧୬ନଂ ୱାର୍ଡର ଗୌରଚନ୍ଦ୍ର ସାହିର ସୁରିଆ କୁମାର(୧୭) ହାଇ ଭୋଲଟେଜ୍ ବିଦ୍ୟୁତ୍ ତାର ସହ ସଂସ୍ୱର୍ଶ ହେବା ଯୋଗୁଁ ଜଳି ଦଗ୍ଧ ହୋଇଯାଇଥିଲେ । ଏହି ନିଆଁରେ ଟ୍ରେନ୍‌ର ୨ଟି ବଗି ମଧ୍ୟ ପୋଡିଯାଇଥିଲା । ଅଞ୍ଚଳବାସୀଙ୍କ ଖବରରେ ପାରଳା ପୋଲିସ ସହ ଦମକଳ ବାହିନୀ ତତ୍‌କ୍ଷଣାତ୍ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ସଂପୃକ୍ତ ଛାତ୍ର ଜଣକ ପୋଡି ଦଗ୍ଧ ହୋଇଯାଇଥିଲେ । ଟ୍ରେନ୍ ଉପରେ ମୃତ ଯୁବକଙ୍କ ସହ ସେଲଫି ଉଠାଇବା ପାଇଁ ଯାଇଥିବା ଅନ୍ୟ ୩ଜଣ ଛାତ୍ର ସେଠାରୁ ତଳକୁ ଡେଇଁପଡିବା ଯୋଗୁଁ ଏମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ପାରଳା ଥାନା ଆଇଆଇସି ବିବେକା ନନ୍ଦ ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି,ଏ ନେଇ ପାରଳା ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ