ଗଞ୍ଜେଇ ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବାଟ ଗୌଡ ସାହି ଛକ ଅଞ୍ଚଳରୁ ଏଗାର କିଲୋ ଗଞ୍ଜେଇକୁ ପାରଳା ପୋଲିସ ଆଜି ଜବତ କରିଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଏଗାର କିଲୋ ଗଞ୍ଜେଇ ବସ୍ତା ସହ ଜଣେ ବ୍ୟକ୍ତି ବାଟ ଗୌଡ ସାହି ଛକ ଠାରେ ବ୍ରହ୍ମପୁର ବସକୁ ଯିବା ପାଇଁ ଜଗି ଥିବା ବେଳେ କୌଣସି ଏକ ସୂତ୍ରରୁ ଖବର ପାଇ ପାରଳା ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଯାଞ୍ଚ କରିଥିଲେ। ଏହା ପରେ ଉକ୍ତ ବ୍ୟକ୍ତିଙ୍କ ଠାରୁ ପ୍ରାୟ 11 କିଲୋ ଗଞ୍ଜେଇ ଏକ ଜରି ବସ୍ତାରେ ରହିଥିବା ଜଣା ପଡିଥିଲା. ପାରଳା ପୋଲିସ ଏହି ଗଞ୍ଜେଇକୁ ଜବତ କରିବା ସହ ଏ ନେଇ ପାରଳା ଥାନାରେ 331/2026 କେସ ନମ୍ବରରେ 20(B)(ii)(B) /29 ଏନ୍ ଡି ପି ଏସଏକ କେସ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।


