ମିନି ଟ୍ରକ୍ ସହ ଯାତ୍ରୀବାହୀ ଅଟୋ ଧକ୍କା; ମହିଳା ମୃତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସାରୁ ଛକ ନିକଟରେ ମିନିଟ୍ରକ(ଓଡ଼ି୧୨ବି ୧୭୭୨ )ସହ ଯାତ୍ରୀବାହୀ ଅଟୋ(ଓଆର୦୭ପି ୭୨୬୧)ର ଧକ୍କା ଘଟିବାରୁ ଅଟୋରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ପାଟପୁର ଥାନା କଙ୍କୋରଡ଼ା ଗ୍ରାମର କୋରା ଗଉଡ଼ଙ୍କ ସ୍ତ୍ରୀ ମଞ୍ଜୁ ଗଉଡ଼ । ଏ ନେଇ ହିଞ୍ଜିଳି ଥାନାରେ ନଂ-୪୪୭/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ପ୍ରକାଶ ଯେ, ଯାତ୍ରୀବାହୀ ଅଟୋ ଯୋଗେ ଦମ୍ପତି କଙ୍କୋରଡ଼ା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳି ଥାନା ସାରୁ ଛକ ନିକଟରେ ପରିଶ୍ରା କରିବା ସକାଶେ ଅଟୋଟି ରାସ୍ତାକଡ଼ରେ ରହିଥିବା ବେଳେ ବ୍ରହ୍ମପୁର ଠାରୁ ଫୁଲବାଣୀ ଅଭିମୁଖେ ଯାଉଥିବା ମିନିଟ୍ରକଟି ଅଟୋକୁ ଧକ୍କା ଦେଇଥିଲା । ଦୂର୍ଘଟଣାରେ ଅଟୋରେ ବସିଥିବା ମହିଳା ଜଣକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଆହତ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧିନ ସମୟରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଦୂର୍ଘଟଣା ପରେ ମିନିଟ୍ରକ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ